୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ

ସମ୍ବଲପୁର,୨୧ା୧୨: ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ|ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବିରେ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା ଦିଆଯାଇଛି। ‘କୁଚିଣ୍ଡା ଜିଲ୍ଲା ଗଠନ ଦାବି କ୍ରିୟାନୁଷ୍ଠାନ କମିଟି’ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟା’ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି।କୁଚିଣ୍ଡାର ସମସ୍ତ ଦୋକାନ ବଜାର, ଗାଡି ମୋଟର ଚଳାଚଳ ବନ୍ଦ ରହିଛି। ହେଲେ ବନ୍ଦରୁ ଜରୁରୀ ସେବା ଗୁଡ଼ିକୁ ବାଦ୍ ଦିଆଯାଇଛି। ଡାକ୍ତରଖାନା ଓ ଦମକଳ ସେବାକୁ ଏଥିରୁ ବାଦ୍ ଦିଆଯାଇଛି। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିଲେ, ସେଗୁଡ଼ିକ ମଧ୍ୟ ଖୋଲା ରହିବ ବୋଲି କହିଛନ୍ତି କୁଚିଣ୍ଡା ଜିଲ୍ଲା ଗଠନ ଦାବି କ୍ରିୟାନୁଷ୍ଠାନ କମିଟି ଆବାହକ ପ୍ରମୋଦ ଛୁରିଆ। କୁଚିଣ୍ଡାର ସମସ୍ତ ନାଗରିକଙ୍କୁ ଏହି ବନ୍ଦରେ ସାମିଲ ହୋଇ ଏହାକୁ ସଫଳ କରିବାକୁ ମଧ୍ୟ କମିଟି ଆହ୍ୱାନ ଦେଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!