ଭୁବନେଶ୍ବର,୨୧ା୧୨ : ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ରେଡ୍ । ଆୟ ବର୍ହିଭୂତ ସଂମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚଢାଉ । ଭୁବନେଶ୍ବର ଏବଂ ବ୍ରହ୍ମପୁରସ୍ଥିତ ଘରେ ଓ ଅଫିସରେ ଏକାକାଳାୀନ ରେଡ ।ଭିଜିଲାନ୍ସ ଜାଲରେ ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ଭୁବନେଶ୍ୱର ଓ ଗଞ୍ଜାମ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରୁଛି।ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ପାଣ୍ଡରା ସ୍ଥିତ ପ୍ଲଟନମ୍ବର ୧୪୮୫ ସ୍ଥିତ ଗୋଟିଏ ମହଲା ଘର, ୧୪୮୪ରେ ଥିବା ତିନି ମହଲା ଘର, ଭବାନୀପୁରରେ ନୀଲାଚଳ ହାଇଟ୍ସର ବରହମପୁର-୨ରେ ଏକ ଆପାର୍ଟମେଣ୍ଟ, ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଅବସ୍ଥିତ ଏକ ଦୁଇ ମହଲା କୋଠା, ଲକ୍ଷ୍ମୀ ସାଗର କେନାଲ ରୋଡରେ ଥିବା ନୀଳାଚଳ ସିଟିରେ ଏକ ଆପାର୍ଟମେଣ୍ଟ, ଭୁବନେଶ୍ବରରେ ଶ୍ରୀ ଗନ୍ତାୟତଙ୍କ ଅଫିସ୍ ଚାମ୍ବର, ଭୁବନେଶ୍ୱର ୟୁନିଟ ୩ ସ୍ଥିତ ସରକାରୀ ବାସଭବନ ଓ ବ୍ରହ୍ମପୁର ବୈଦନାଥପୁର ସ୍ଥିତ ତାଙ୍କ ପୈତୃକ ରେଡ୍ ଚାଲିଛି।ଚଢାଉରେ ୮ ଡିଏସପି , ୫ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ । ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗଡନାୟକଙ୍କର ଘରେ ରେଡ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |