ଭୁବନେଶ୍ୱର,୨୨ା୧୨:ଶୀତରେ ଥରୁଛି ସାରା ରାଜ୍ୟ। ଦିନ ୧୦ଟା ଯାଏଁ ବି ପ୍ରବଳ ଶୀତ ଅନୁଭବ ହେଉଛି। କନ୍ଧମାଳ ଠାରୁ ଆରମ୍ଭ କରି ଫୁଲବାଣୀ, ଅନୁଗୁଳ, ରାଉରକେଳା ସବୁଠି ଥଣ୍ଡାର ଥାର୍ଡ ଡିଗ୍ରୀ ଜାରି ରହିଛି। ପାରଦ ତଳକୁ ଖସିବା ସହ ଓଡ଼ିଶାର ୧୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି।ରାଜ୍ୟରେ ଖସୁଛି ପାରଦ, ଧୀରେଧୀରେ ବଢୁଛି ଶୀତ। କ୍ରମାଗତ ଭାବେ ତାପମାତ୍ରା ହ୍ରାସ ଯୋଗୁଁ ଅଧିକାଂଶ ସ୍ଥାନରେ ପାରଦ ତଳମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ୧୦ ଡିଗ୍ରୀ ତଳେ ୧୬ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୪.୬ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର ପାଲଟିଛି।ଜି. ଉଦୟଗିରି ୪.୬ ଡ଼ିଗ୍ରୀ, ସେମିଳିଗୁଡା ୫.୬ ଡ଼ିଗ୍ରୀ, ଫୁଲବାଣୀ ୬ ଡ଼ିଗ୍ରୀ, କିରେଇ ୭.୧ ଡ଼ିଗ୍ରୀ, କୋରାପୁଟ ୭.୭ ଡ଼ିଗ୍ରୀ, କେନ୍ଦୁଝର ୭.୮ ଡ଼ିଗ୍ରୀ, ଦାରିଙ୍ଗବାଡି ୮ ଡ଼ିଗ୍ରୀ, ଅନୁଗୁଳ ୮.୬ ଡ଼ିଗ୍ରୀ, ଭବାନୀପାଟଣା ୮.୬ ଡ଼ିଗ୍ରୀ, ରାଉରକେଲା ୮.୭ ଡ଼ିଗ୍ରୀ, ସୁନ୍ଦରଗଡ ୯ ଡ଼ିଗ୍ରୀ, ନବରଙ୍ଗପୁର ୯ ଡ଼ିଗ୍ରୀ, ସୋନପୁର ୯.୩ ଡ଼ିଗ୍ରୀ, ଝାରସୁଗୁଡା ୯.୪ ଡ଼ିଗ୍ରୀ, ରାଣୀତାଲ ୯.୪ ଡ଼ିଗ୍ରୀ ଓ ଚିପିଲିମାରେ ୯.୮ ଡ଼ିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |