ASO ଚୟନ ଅନିୟମିତତା ମାମଲା: ମେରିଟ୍ ଲିଷ୍ଟ କାଏମ୍ ରଖିଲେ ହାଇକୋର୍ଟ

କଟକ, ୨୨ା୧୨: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ପରିଚାଳିତ ASO ଚୟନ ଅନିୟମିତତା ମାମଲାକୁ ନେଇ ଦାୟର ହୋଇଥିବା ଅପିଲକୁ କାଏମ ରଖିଛନ୍ତି ହାଇକୋର୍ଟ। ୧୧୦୪ ଜଣଙ୍କ OPSC ମେରିଟ୍ ଲିଷ୍ଟକୁ କାଏମ ରଖିଛନ୍ତି ହାଇକୋର୍ଟ।ASO ଚୟନ ମାମଲାରେ ମେରିଟ୍ ଲିଷ୍ଟ କାଏମ୍ ରଖିଲେ ହାଇକୋର୍ଟ। ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଖାରଜ କଲେ ୨ ଜଣିଆ ଖଣ୍ଡପୀଠ। ୧୦୪ ଜଣଙ୍କ OPSC ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ। ଓପିଏସିର ଚୟନ ପ୍ରକ୍ରିୟାରେ ତ୍ରୁଟି ନଥିବା କହିଲେ ହାଇକୋର୍ଟ। ଯେଉଁଠୁ ପ୍ରକ୍ରିୟା ବନ୍ଦ ସେଠାରୁ ଚାଲୁ ରଖିବାକୁ OPSCକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ।ଗତ ୨୦୨୨ ମସିହାରେ ୭୯୬ଟି ଏଏସଓ ପଦବୀ ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏଥିପାଇଁ ଲିଖିତ ପରୀକ୍ଷା ଦେଇଥିବା ମୋଟ ୧ ଲକ୍ଷ ୪୮ ହଜାର ୮୮୮ ଜଣ ଆବେଦନାକାରୀଙ୍କ ମଧ୍ୟରୁ ୧୧୦୪ ଜଣ କୃତକାର୍ଯ୍ୟ ହୋଇଥିବା ନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ତେବେ କ୍ଷମତା ବାହାରକୁ ଯାଇ ଓପିଏସସି ମାର୍କିଙ୍ଗ ପଦ୍ଧତିରେ ପରିବର୍ତ୍ତନ କରି ମେରିଟ ଲିଷ୍ଟ ପ୍ରକାଶ କରିଥିଲା ବୋଲି ଅଭିଯୋଗ ହୋଇଥିଲା। ଓପିଏସସିର ଚୟନ ପ୍ରକ୍ରିୟାରେ ତ୍ରୁଟି ଥିବା ଦର୍ଶାଇ ମେରିଟ ଲିଷ୍ଟରୁ ବାଦ୍ ପଡ଼ିଥିବା ଅନେକ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସମସ୍ତ ମାମଲାର ଏକାକାଳୀନ ଶୁଣାଣି କରି ଜଷ୍ଟିସ ଆଦିତ୍ୟ ମହାପାତ୍ରଙ୍କ ଜଣିକିଆ ଖଣ୍ଡପୀଠ ଓପିଏସସିର ମେରିଟ ଲିଷ୍ଟକୁ ଖାରଜ କରିବା ସହ ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ କୋର୍ଟ ଗତ ମେ ୧୯ ତାରିଖରେ ରାୟ ଶୁଣାଇଥିଲେ।ଓଡ଼ିଶା ସେକ୍ରେଟାରିଏଟ (ମେଥଡ ଅଫ୍ ରିକ୍ରୁଟମେଣ୍ଟ) ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସ ଅଫ୍ ଏଏସଓ ରୁଲ୍ସ, ୨୦୧୬ର ଉଲ୍ଲଂଘନ କରି ବିଷୟ ଭିତ୍ତିକ ସର୍ବନିମ୍ନ ନମ୍ବର ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ପ୍ରକାଶିତ ମେଧା ତାଲିକା ରଦ୍ଦ କରାଯାଉଛି ବୋଲି ହାଇକୋର୍ଟ ତାଙ୍କ ରାୟରେ ଦର୍ଶାଇଥିଲେ।ହାଇକୋର୍ଟଙ୍କ ରାୟରେ ତ୍ରୁଟି ରହିଥିବା ଦର୍ଶାଇ ଓପିଏସସି ଏବଂ ଅନ୍ୟମାନଙ୍କ ପକ୍ଷରୁ ୩ଟି ପୃଥକ ଅପିଲ ଦାୟର ହୋଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!