CISF ହାତକୁ ଗଲା ସଂସଦ ଭବନର ସୁରକ୍ଷା ଦାୟିତ୍ୱ

ନୂଆଦିଲ୍ଲୀ,୨୧।୧୨: ସିଆଇଏସ୍‌ଏଫ୍‌ ହାତକୁ ଗଲା ସଂସଦ ଭବନର ସୁରକ୍ଷା ଦାୟିତ୍ୱ। ପର୍ଲାମେଣ୍ଟ ସୁରକ୍ଷାରେ ବ୍ୟାପକ ତ୍ରୁଟି ଘଟଣା ପରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସମଗ୍ର କମ୍ପ୍ଲେକ୍ସର ସୁରକ୍ଷା ଦାୟିତ୍ୱକୁ ନେଇ ତତ୍ପର ହୋଇ ଉଠିଛନ୍ତି ସରକାର। ପୂର୍ବରୁ ସଂସଦ ସୁରକ୍ଷା ଦାୟିତ୍ୱ ଦିଲ୍ଲୀ ପୁଲିସ ହାତରେ ଥିବା ବେଳେ ଏବେ ଏହାକୁ ସିଆଇଏସ୍‌ଏଫ୍‌ଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି।ସୂଚନାନୁସାରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର ସଂସଦ ଗୃହ କମ୍ପ୍ଲେକ୍ସର ଏକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛି। ଫଳରେ ବ୍ୟାପକ ଭାବେ ସିଆଇଏସ୍ଏଫ୍ ସୁରକ୍ଷା ଏବଂ ଅଗ୍ନିଶମ ବିଭାଗର ନିୟମିତ ନିୟୋଜନ କରାଯାଇପାରିବ\ସଂସଦର ଭିତର ଓ ବାହାର ସବୁଠି ସୁରକ୍ଷା ଦାୟିତ୍ୱରେ ରହିବେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆ ସିକ୍ୟୁରିଟି ଫୋର୍ସ । ସପ୍ତାହେ ତଳେ ଦର୍ଶକ ଗ୍ୟାଲେରିରୁ ଡେଇଁ ଦୁଇ ଜଣ ଲୋକସଭାରେ ସ୍ମୋକ ଆଟାକ କରିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ଘଟଣାରେ ଦିଲ୍ଲୀ ପୋଲିସ ୬ ଜଣଙ୍କୁ ଗିରଫ କରିଥିବା ବେଳେ କର୍ଣ୍ଣାଟକରୁ ଜଣଙ୍କୁ ଉଠାଇ ନେଇଛି ।ଗତ ୧୩ ତାରିଖରେ ଲୋକସଭା ଅଧିବେଶନ ଚାଲିଥିବା ବେଳେ ଘଟିଲା ଅଭାବନୀୟ ଘଟଣା । ସଂସଦ ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି ଦେଖାଦେଇଥିଲା । ଲୋକସଭାରେ ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ୨ ଅଜ୍ଞାତ ଯୁବକ । ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ୨ ଅଜ୍ଞାତ ଯୁବକ ପଶି ଆତଙ୍କ ରଚାଇଥିଲେ । ପରେ ପରେ ଗୃହରେ ସ୍ମୋକ ଆଟାକ କରିଥିଲେ ।ଗୃହରେ ଅଜ୍ଞାତ ଯୁବକଙ୍କୁ ଦେଖି ହଇଚଇ ସୃଷ୍ଟି ହୋଇଥିଲା । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଟିୟର୍ ଗ୍ୟାସ୍ ପ୍ରୟୋଗ କରାଯାଇଥିଲା । କିଛି ସମୟରେ ଆତଙ୍କ ପରେ ଅଜ୍ଞାତଙ୍କୁ କାବୁ କରି ବାହାରକୁ ନେଇଥିଲେ ସୁରକ୍ଷାକର୍ମୀ । ଫଳରେ ଏହି କାରଣରୁ ୨ଟା ପର୍ଯ୍ୟନ୍ତ ବାଚସ୍ପତି ଲୋକସଭାକୁ ମୁଲତବି କରିଥିଲେ ।ସଂସଦ ଭବନ ବାହାରେ ବି ୨ ଜଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ପୋଲିସ ଉଠାଇନେଇଥିଲା । ପରିବହନ ଭବନ ସାମ୍ନାରେ ବିକ୍ଷୋଭ ବେଳେ ଏହି ଘଟଣା ନଜରକୁ ଆସିଥିଲା । ୨ ଜଣଙ୍କ ଠାରୁ ଧୂଆଁ ନିର୍ଗତ ସାମଗ୍ରୀ ଜବତ କରିଥିଲା ପୋଲିସ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!