ନୂଆଦିଲ୍ଲୀ,,୨୧ା୧୨: ଲୋକ ସଭାରୁ ଆଉ ୩ ଏମ୍ପିଙ୍କୁ ନିଲମ୍ବିତ କରାଯାଇଛି। ଲୋକ ସଭା ବାଚସ୍ପତି ଗୃହକୁ ଅବମାନନା କରିବାକୁ ନେଇ ଚଳିତ ଶୀତକାଳୀନ ଅଧିବେଶନରୁ କଂଗ୍ରେସ ଏମ୍ପି ନକୁଳନାଥ, ଡି.କେ ସୁରେଶ ଏବଂ ଦୀପକ ବୈଜ୍ଙ୍କୁ ନିଲମ୍ବିତ କରିଛନ୍ତି।ଅଶାଳୀନ ଆଚରଣ ପାଇଁ ଆଉ ୩ ଜଣ ବିରୋଧୀ ସାଂସଦଙ୍କୁ ଲୋକସଭାରୁ ନିଲମ୍ବିତ କରାଯିବା ପରେ ସମୁଦାୟ ନିଲମ୍ବନ ସଂଖ୍ୟା ୧୪୬ରେ ପହଞ୍ଚିଛି। ସେମାନେ ହେଲେ କଂଗ୍ରେସ ସାଂସଦ ଦୀପକ ବୈଜ, ଡିକେ ସୁରେଶ ଏବଂ ବରିଷ୍ଠ ନେତା କମଲନାଥଙ୍କ ପୁଅ ନକୁଲ ନାଥ । ତଳ ସଦନରୁ ନିଲମ୍ବିତ ସାଂସଦଙ୍କ ସଂଖ୍ୟା ଏବେ ୧୦୦ ରେ ପହଞ୍ଚିଛି। ଗତକାଲି ଦୁଇ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ଲୋକସଭାରେ ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ ବିରୋଧୀ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଠାରୁ ବୟାନ ମାଗିବା ପରେ ଗୃହ କାର୍ଯ୍ୟ ଚାଲିଥିଲା।ବର୍ତ୍ତମାନ ବିଶେଷ କରି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ତୃଣମୂଳ କଂଗ୍ରେସର ଜଣେ ସାଂସଦ ନକଲ କରିବା ପ୍ରସଙ୍ଗ ସରକାର ଓ ବିରୋଧୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ବିନା ସେପଟେ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରିବା ପାଇଁ ସାଂସଦଙ୍କ ନିଲମ୍ବନ ସରକାରଙ୍କ ଷଡ଼ଯନ୍ତ୍ର ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଅପରାଧିକ ଆଇନରେ ସଂଶୋଧନ ପାଇଁ ବିରୋଧୀ ଙ୍କ ସଂଖ୍ୟା ଏକ ତୃତୀୟାଂଶକୁ ଖସି ଆସିଥିବା ବେଳେ ଗତକାଲି ଲୋକସଭାରେ ସର୍ବନିମ୍ନ ଆଲୋଚନା ସହ ୩ଟି ବିଲ୍ ପାରିତ ହୋଇଛି। ବିରୋଧୀ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି। ସରକାର ସଂସଦୀୟ ଗଣତନ୍ତ୍ରକୁ ଉଚ୍ଛେଦ କରୁଥିବା ଅଭିଯୋଗ କରି ଆଜି ନିଲମ୍ବିତ ସାଂସଦମାନେ ସଂସଦ ଭବନରୁ ଦିଲ୍ଲୀର ମଝିରେ ଥିବା ବିଜୟ ଛକ ପର୍ଯ୍ୟନ୍ତ ଏକ ପ୍ରତିବାଦ ଶୋଭାଯାତ୍ରା କରିଥିଲେ।ଲୋକସଭା ଶୀତକାଳୀନ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ ରଖାଯାଇଛି । ଗତ ଡିସେମ୍ବର ୪ରୁ ଆରମ୍ଭ ହୋଇଥିଲା ଅଧିବେଶନ। ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ ହୋଇଥିଲା ଗୃହୀତ। ସଂସଦ ନିରାପତ୍ତା ତ୍ରୁଟି ନେଇ ଗୃହରେ ହୋଇଥିଲା ହଙ୍ଗାମା। ୧୪୬ ସାଂସଦଙ୍କୁ କରାଯାଇଥିଲା ନିଲମ୍ବିତ।ଅଧିବେଶନ କାଳରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ସଂକ୍ରାନ୍ତ ବିଲ୍ ଲୋକସଭାରେ ଗୃହୀତ। ଗତକାଲି ରାଜ୍ୟସଭାରେ ଏହି ବିଲ୍ ଗୃହୀତ ହୋଇଥିଲା। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ କହିଛନ୍ତି- ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତ ଆଇନକୁ ପରିବର୍ତ୍ତନ କରାଯାଇ ନୂଆ ବିଲ୍ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ପ୍ୟାନେଲ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।ତେବେ ନୂଆ ଆଇନ ଅନୁସାରେ ପ୍ରଧାନ ବିଚାରପତିଙ୍କ ବଦଳରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଥାନୀତ କରାଯିବ। ଇଣ୍ଡିଆନ ଟେଲିଗ୍ରାଫ ଆଇନ, ୧୮୮୫ ବଦଳରେ ନୂଆ ଟେଲିକମ ଆଇନ ଆଣିଛନ୍ତି ସରକାର। ଏହା ସହ ଆଇପିସି, ସିଆରପିସି ଆଦି ଆଇନର ନାମ ପରିବର୍ତ୍ତନ ସହ ବିଭିନ୍ନ ଧାରାରେ ଆଣିଥିଲେ ସଂଶୋଧନ। ଗତ ଡିସେମ୍ବର ୪ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା । ୨୨ ତାରିଖ ଯାଏ ଏହା ଚାଲିବାର ଥିଲା । ଏଥିରେ ୧୯ଟି କାର୍ୟ୍ୟଦିବସ ଓ ୧୫ଟି ସିଟିଂ ରହିଥିଲିା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |