ଭୁବନେଶ୍ୱର,୨୧ା୧୨: ଆସନ୍ତାକାଲିଠାରୁ ରାଜ୍ୟରେ ଶୀତ କମିବ। କୁହୁଡ଼ି ବଢ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ୨୩ ଓ ୨୪ ତାରିଖ ସକାଳେ କୁହୁଡ଼ିର ମାତ୍ରା ଅଧିକ ରହିବ ବୋଲି ସତର୍କତା ଜାରି କରାଯାଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ଘନକୁହୁଡ଼ି ଦେଖା ଦେବ।ଆସନ୍ତାକାଲିଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବାକୁ ଯାଉଛି । ଅସହ୍ୟ ଥଣ୍ଡାରୁ ମୁକ୍ତି ପାଇବେ ଓଡ଼ଶାବାସୀ । କିଛି ଦିନରୁ ପ୍ରଭଳ ଥଣ୍ଡାରେ ସାରା ରାଜ୍ୟ ଥରୁଥିବା ବେଳେ ଆସନ୍ତାକାଲିଠାରୁ ଏଥିରେ ଟିକିଏ ପରିବର୍ତ୍ତନ ହେବ । ରାଜ୍ୟରେ କାଲିାଂରୁ ଶୀତ କମିବା ସହ କୁହୁଡ଼ି ପରିମାଣ ବୃଦ୍ଧି ପାଇବ ବୋଲି ଜାଣିବାକୁ ମିଳିଛି । ଏ ନେଇ ପାଣିପାଗ ବିଭାଗ ମୁଖ୍ୟ ଉମାଶଙ୍କର ଦାଶ ସୂଚନା ଜାରି କରିଛନ୍ତି ।ସପ୍ତାହେ ଧରି ପ୍ରବଳ ଥଣ୍ଡାରେ କଲବଲ ହେଉଥିବା ବେଳେ ଓଡ଼ିୀଶାବାସୀଙ୍କୁ କାଲିଠାରୁ ତ୍ରାହି ମିଳିବ । ପାରଦ ଉପରମୁହାଁ ହୋଇଥିବା ବେଳେ ଥଣ୍ଡା ମଧ୍ୟ କମିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ସପ୍ତାହେ ଧରି ଲାଗି ରହିଥିବା ଶୀତର ଲହରୀ ଦାଉରୁ କାଲିଠାରୁ ରକ୍ଷା ପାଇବେ ରାଜ୍ୟବାସୀ । ତେବେ ଶୀତ କମିବା ବେଳେ ୨୩ ଏବଂ ୨୪ ତାରିଖ ସକାଳେ ପ୍ରବଳ କୁହୁଡ଼ି ରହିବ ବୋଲି ସୂଚନା ଦିଆ ଯାଇଛି । ଉତ୍ତର ଆଭ୍ୟନ୍ତରୀଣ କିଛି ଜିଲ୍ଲାରେ କୁହୁଡ଼ି ମାତ୍ରାଧିକ ରହିବ ବୋଲି ଅନୁମାନ କରାଯାଉଛି । ଘନ କୁହୁଡ଼ି ପାଇଁ ୨୩ ତାରିଖରେ ୧୦ ଏବଂ ୨୪ ତାରିଖ ପାଇଁ ୧୮ ଜିଲ୍ଲାକୁ ଜାରି ହୋଇଛି ସତର୍କ ସୂଚନା । ଏ ନେଇ ଓଡ଼ିଶା ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |