କଟକ,୨୨।୧୨:ନୂଆ ଜିଲ୍ଲା ଘୋଷଣା ଉପରେ ଅଙ୍କୁଶ ଲାଗିଛି। ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ।ଅର୍ଥନୈତିକ ସ୍ଥିତି,ଜନସଂଖ୍ୟା, ଅଞ୍ଚଳର ପରିସୀମା, ପଛୁଆ ପ୍ରସଙ୍ଗକୁ ବିଚାରକୁ ନ ନେଇ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜିଲ୍ଲା ଗଠନ ନିଷ୍ପତ୍ତି ହେଉଥିବା ଅଭିଯୋଗ କରି ଦାୟର ମାମଲାକୁ ହାଇକୋର୍ଟ ଗ୍ରହଣ କରି ଏଭଳି ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ଏଥିସହ ଏହି ମାମଲାରେ ବିଭିନ୍ନ ପକ୍ଷଙ୍କୁ ଜବାବ ତଲବ କରିଛନ୍ତି।ଏଥିସହ ଏହି ମାମଲାରେ ବିଭିନ୍ନ ପକ୍ଷଙ୍କୁ ଜବାବ ତଲବ କରିଛନ୍ତି । ଜିଲ୍ଲା ପୁନର୍ଗଠନ ପ୍ରକ୍ରିୟା ପ୍ରସଙ୍ଗରେ ସରକାର ପଦକ୍ଷେପ ନେଇପାରିବେ, କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଏହି ପ୍ରସଙ୍ଗରେ କୌଣସି ଚୂଡାନ୍ତ ଆଦେଶ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ହାଇକୋର୍ଟଙ୍କ ଏହି ଅନ୍ତରୀଣ ନିର୍ଦ୍ଦେଶ ପରେ ପଦ୍ମପୁର ଜିଲ୍ଲା ଗଠନକୁ ଝଟକା ଲାଗିଛି ।ଶୀତ ଅବକାଶର ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ସରକାରଙ୍କର ନୂଆ ଜିଲ୍ଲା ଗଠନ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ ନଥିବା ସ୍ପଷ୍ଟ ହୋଇଥିଲା । ନିକଟରେ କେଉଁ ଜିଲ୍ଲାକୁ ସ୍ୱୀକୃତି ଦିଆଯିବ, ସେନେଇ ରେକର୍ଡ ନଥିବାରୁ ଏ ସମ୍ପର୍କରେ ନିଜର ପକ୍ଷ ରଖିବାକୁ ନେଇ ସରକାର ଅଧିକ ସମୟ ମାଗିଥିଲେ । ଏଣୁ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି ।ଜିଲ୍ଲା ପୁନର୍ଗଠନ ପ୍ରକ୍ରିୟା ପ୍ରସଙ୍ଗରେ ସରକାର ପଦକ୍ଷେପ ନେଇପାରିବେ, କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଏହି ପ୍ରସଙ୍ଗରେ କୌଣସି ଚୂଡାନ୍ତ ଆଦେଶ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |