ଯାଜପୁରର ପୂର୍ବତନ ସିଡିଏମ୍‌ଓଙ୍କୁ ଛୁରାମାଡ

ଭୁବନେଶ୍ୱର,୨୨।୧୨- ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଛୁରାମାଡ କରାଯାଇଛି । ଭଦ୍ରକ ସହରରେ ଥିବା ତାଙ୍କ ଘରେ ଦୁର୍ବୃତ୍ତମାନେ ଛୁରାମାଡ କରିଛନ୍ତି । ଚୋରୀ ଘଟଣାକୁ ନେଇ ଏହି ଛୁରାମାଡ କରାଯାଇଥିବା ସନ୍ଦେହ କରାଯାଉଛି ।ଡାକ୍ତର ରଘୁନାଥ ପାଢୀ ଅବସର ପରେ ଭଦ୍ରକରେ ରହୁଥିଲେ । ଗୁରୁବାର ବିଳମ୍ବିତ ରାତିରେ ତାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ ଶରୀରର ୭ରୁ ଅଧିକ ସ୍ଥାନରେ ଛୁରାଘାତର ଚିହ୍ନ ରହିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।ଆଜି ଭୋର ପ୍ରାୟ ୪ଟା ୩୦ ସମୟରେ ଅବସରପ୍ରାପ୍ତ CDMOଙ୍କ ଘରେ ପଶି କିଛି ଦୁ‍ର୍ବୃତ୍ତ ଛୁରା ମାଡ କରିଥିବା ଜଣାଯାଇଛି। ଲୁଟ୍‌ ଉଦ୍ଦେଶ୍ୟରେ ଆସି ଛୁରା ମାଡ କରିଥିବା ସୂଚନା ରହିଛି। ରଘୁନାଥଙ୍କ ଦେହର ୭ରୁ ଅଧିକ ସ୍ଥାନରେ ଦୁର୍ବୃତ୍ତ ଛୁରାମାଡ଼ ହୋଇଥିବା ଜଣାଯାଇଛି। ଅଘଟଣ ଘଟିବା ସମୟରେ ଘରେ ରଘୁନାଥ ଓ ତାଙ୍କ ସ୍ତ୍ରୀ ଥିଲେ।  ରଘୁନାଥ କହିଛନ୍ତି, ଆମ ଠାକୁର ଘରଟି ଘର ବାହାରେ। ଏଥିପାଇଁ  ଆଜି ମୁଁ ଭୋର ୪ଟା ୩୦ରେ ଉଠି କବାଟ ଖୋଲି ଠାକୁର ଘରକୁ ଯାଉଥିଲି। ଏହି ସମୟରେ ମୋତେ ଲାଇଟ୍‌ରେ ଛାୟି ଦେଖାଯାଇଥିଲା।  ମୁଁ କିଏରେ ବୋଲି ପ୍ରଶ୍ନ କରିବାରୁ ସେମାନେ ଆସି ମୋତେ ଛୁରାମାଡ଼଼ କରିଥିଲେ। ଛୁରାମାଡ଼ କରି ମୋର ଖାଦ୍ୟନଳୀ ବାହାର କରିଦେଇଛନ୍ତି। ଦୁର୍ବୃତ୍ତ ମାନେ ବହୁଥର ମୋତେ ଛୁରାମାଡ଼ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!