ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୨୨।୧୨: ଝରୀଗାଁ ତହସିଲ ଅନ୍ତର୍ଗତ ସମସ୍ତ ଗ୍ରାମ ଗୁଡିକରେ ଜଙ୍ଗଲ ଜମି ଅଧିକାର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରାଯିବା ସକାଶେ ଝରୀଗାଁ ବ୍ଲକ କନଫେରେନ୍ସ ହଲ ଠାରେ ଆଜି ସକାଳ 11ଘଂଟିକା ସମୟରେ ବ୍ଲକ ର ସମସ୍ତ କମ୍ୟୁନିଟି ଭଲୁନଟର, ଆର ଆଇ ଏବଂ ବନ ବିଭାଗ କର୍ମଚାରୀ ମାନଙ୍କ ର ମିଳିତ ସହଯୋଗରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଛି |ଏହି କାର୍ଯ୍ୟକ୍ରମରେ ଶଇ ମନନାୟକ ଡବ୍ଲୁ ଇ ଓ ନିହାର ରଞ୍ଜନ ବେହେରା, ରେଞ୍ଜର ଗୋବିନ୍ଦ ନାୟକ, ଏଫ ଆର ଏ କୋ ଓରଡିନେଟର ମୃତ୍ୟୁଞ୍ଜୟ ନାୟକ, ଆର ସି ଡି ସି ଶିବ ଶଙ୍କର ଦୋରା, ଦୁଷ୍ମନ୍ତ ଓଝା, ଏଫ ଇ ଏସ ବିଜୟ ଟମମ ପ୍ରମୁଖ ଉପସ୍ଥିତ ରହିଥିଲେ |ଉକ୍ତ କାର୍ଯ୍ୟକ୍ରମ କୁ ଏଫ ଇ ଏସ କର୍ମକର୍ତା ମାନେ ପରିଚାଳନା କରିଥିଲେ |ଏହି ତାଲିମ ରେ ବ୍ୟକ୍ତିଗତ, ଗୋଷ୍ଠୀଗତ ଏବଂ ଗୋଷ୍ଠୀ ସମ୍ବଳ ର ଅଧିକାର ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯିବା ସହିତ ଆଗାମୀ ଦିନରେ ରାଜ୍ୟ ସରକାର ମୋ ଜଙ୍ଗଲ ଜମି ଯୋଜନା ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାପନ କରିବା ସକାଶେ ଆଲୋଚନା କରାଯାଇଥିଲା |ଏବଂ ଏହାର ସଫଳ ରୂପାୟନ ନିମନ୍ତେ ସମସ୍ତ ଉପସ୍ଥିତ ସରକାରୀ ତଥା ଵେସରକାରୀ କର୍ମକର୍ତା ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |