ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗିରଫ

ଭୁବନେଶ୍ୱର,୨୨ା୧୨: ଗିରଫ ହୋଇଛନ୍ତି ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।ପ୍ରଶାନ୍ତ ଗନ୍ତାୟତଙ୍କ ପୁଳାପୁଳା ସମ୍ପତ୍ତି ମଧ୍ୟରେ ରହିଛି ଦୁଇଟି ବହୁତଳ କୋଠା। ଏହି ଦୁଇଟି କୋଠା ଭୁବନେଶ୍ୱରରେ ଅଛି। ସେହିପରି ଭୁବନେଶ୍ୱରରେ ତାଙ୍କର ଦୁଇଟି ଫ୍ଲାଟ ଅଛି। ତାଙ୍କର ମୋଟ୍ ୫ ଟି ପ୍ଲଟ୍ ଠାବ କରାଯାଇଛି, ଯେଉଁଥିରୁ ୩ ଟି ଭୁବନେଶ୍ୱରରେ ଅଛି। ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଭୁବନେଶ୍ୱର ଓ ଗଂଜାମରେ ଏକକାଳୀନ ଚଢ଼ଉ ହୋଇଥିଲା। ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନ, ଭୁବନେଶ୍ୱରର ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘର ଓ ବ୍ରହ୍ମପୁରର ପୈତୃକ ଘର ଓ ଭବାନୀପୁରରେ ଥିବା ଘରେ ଚଢ଼ଉ ଚାଲିଥିଲା।ଚଢ଼ଉ ବେଳେ ଭୁବନେଶ୍ୱର ପାଣ୍ଡରା ଅଞ୍ଚଳରେ ୪,୮୦୦ ବର୍ଗଫୁଟରେ ନିର୍ମିତ ୩ମହଲା ଆବାସିକ କୋଠା, ଚନ୍ଦ୍ରଶେଖରପୁର ଅଞ୍ଚଳରେ ୨ମହଲା କୋଠା, ଲକ୍ଷ୍ମୀସାଗର ନୀଳାଚଳ ସିଟିରେ ଆପାର୍ଟମେଣ୍ଟ, ବ୍ରହ୍ମପୁର ନୀଳାଚଳ ହାଇଟସରେ ଆପାର୍ଟମେଣ୍ଟ ଆଦି ଠାବ କରାଯାଇଛି। ଜବତ କୋଠା, କମ୍ପ୍ଲେକ୍ସ ଓ ଆପାର୍ଟମେଣ୍ଟର ମୂଲ୍ୟ ୩ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି। ସେହିପରି ଭୁବନେଶ୍ବର ଓ ବ୍ରହ୍ମପୁରର ପ୍ରମୁଖ ଅଞ୍ଚଳରେ ୫ଟି ପ୍ଲଟ୍ ମଧ୍ୟ ଠାବ ହୋଇଛି। ଏହାର ପ୍ରକୃତ ମୂଲ୍ୟ ୨ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଭିଜିଲାନ୍ସ ଆକଳନ କରିଛି।ଏହାଛଡ଼ା ତାଙ୍କର ବିଭିନ୍ନ ବ୍ୟାଙ୍କରେ ଥିବା ଏକାଧିକ ଆକାଉଣ୍ଟ୍ ଓ ଇନ୍ସ୍ୟୁରାନ୍ସ ଜମାକୁ ଠାବ କରାଯାଇଛି। ସେଥିରେ ଦେଢ଼କୋଟିରୁ ଅଧିକ ଟଙ୍କା ଥିବା ଜଣାପଡ଼ିଛି। ଘରୁ ନଗଦ ୧ଲକ୍ଷ ୨୧ହଜାର ଟଙ୍କା, ୫୩୬ ଗ୍ରାମ୍ର ସୁନା ଗହଣା, ୨୦.୫ଲକ୍ଷ ଟଙ୍କାର ଆସବାବପତ୍ର ମଧ୍ୟ ଜବତ କରାଯାଇଛି। ଗୋଟିଏ ୪ ଚକିଆ ଯାନ ଓ ୨ଟି ବାଇକ୍ ଠାବ ହୋଇଛି। ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୭ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବାବୁଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଆହୁରି ଢେର୍ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ୮ଜଣ ଡିଏସ୍ପିଙ୍କ ନେତୃତ୍ବରେ ୫ଜଣ ଆଇଆଇସି ଓ ଅନ୍ୟ କର୍ମଚାରୀମାନେ ୭ଟି ସ୍ଥାନରେ ଏହି ଚଢ଼ଉ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!