କମିଲା ଗ୍ୟାସ୍ ସିଲିଣ୍ତର ଦାମ୍

ନୂଆଦିଲ୍ଲୀ,୨୨ା୧୨ : ଶସ୍ତା ହେଲା ବ୍ୟବସାୟିକ ସିଲିଣ୍ଡର। ନୂଆ ବର୍ଷ ପୂର୍ବରୁ ସରକାରଙ୍କ ପକ୍ଷରୁ ଭେଟି। ୧୯ କିଲୋଗ୍ରାମ ଗ୍ୟାସ୍‌‌ ସିଲିଣ୍ଡର ଉପରେ ୩୯.୫୦ ଟଙ୍କା ଶସ୍ତା ହୋଇଛି। ନୂଆ ଦର ଶୁକ୍ରବାର ଠାରୁ ଲାଗୁ ହେବ। ଦିଲ୍ଲୀରେ ୧୭୫୭.୫୦ ଟଙ୍କାରେ ସିଲିଣ୍ଡର ମିଳିବ। ମାତ୍ର ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ପୂର୍ବରୁ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପିଛା ଦିଲ୍ଲୀରେ ୧୭୯୬.୫୦ ଟଙ୍କା ଏବଂ ମୁମ୍ବଇରେ ୧୭୪୯ ଟଙ୍କା ରହିଥିଲା। ଚେନ୍ନାଇରେ ୧୯୬୮.୫୦ ଟଙ୍କା, କୋଲକାତା ୧୯୦୮ ଟଙ୍କା ଥିଲା। ୩୯.୫୦ ଟଙ୍କା ଦର ହ୍ରାସ ହେବା ପରେ କୋଲକାତାରେ ୧୮୬୯ ଟଙ୍କା, ଚେନ୍ନାଇରେ ୧୯୨୯.୫୦ ଟଙ୍କା ଓ ମୁମ୍ବଇରେ ୧୭୧୦ ଟଙ୍କାରେ ମିଳିବ।କମର୍ସିଆଲ ସିଲିଣ୍ତର ଦାମ୍ ହ୍ରାସ ହେଲା । ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହୃତ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି । ଆଜି ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀ ବା ଓଏମସି ଦ୍ୱାରା ସିଲିଣ୍ଡର ପିଛା ୩୯.୫୦ ଟଙ୍କା ହ୍ରାସ କରାଯାଇଛି । ନୂଆ ମୂଲ୍ୟ ଆଜିଠାରୁ କାର୍ଯ୍ୟକାରୀ ହେବ ବୋଲି ଜଣା ପଡ଼ିଛି । ତେବେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌ ଣସି ପରିବର୍ତ୍ତନ କରାଯାଇ ନାହିଁ ।ଅନ୍ୟପଟେ ଦିଲ୍ଲୀରେ କମର୍ସିଆଲ ସିଲିଣ୍ତର ମୂଲ୍ୟ ୧,୭୫୭ ଟଙ୍କା ଥିବାବେଳେ କୋଲକାତାରେ ୧,୮୬୮ ରହିଛି । ମୁମ୍ବାଇରେ ଏହି ସିଲିଣ୍ତର ଦାମ ୧,୭୧୦ ଟଙ୍କା ଥିବାବେଳେ ଚେନ୍ନାଇରେ ୧,୯୨୯ ଟଙ୍କା ରହିଛି ।ସେହିପରି ଗତ ନଭେମ୍ବର ୧୭ ରେ, ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯ କେଜି ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଉପରେ ସିଲିଣ୍ଡର ପିଛା ୫୭.୫ ଟଙ୍କା ହ୍ରାସ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!