ଗୋଟିଏ ସ୍ଥାନରେ ୩ବର୍ଷରୁ ଅଧିକ ସମୟ ଧରି ଚାକିରି କରିଥିଲେ ହେବ ବଦଳି

ଭୁବନେଶ୍ୱର ,୨୩।୧୨:  ନିର୍ବାଚନରେ ନିୟୋଜିତ କୌଣସି ଅଧିକାରୀ ନିଜ ଜିଲ୍ଲାରେ ଅବସ୍ଥାପିତ ହୋଇପାରିବେ ନାହିଁ|ଏହାଛଡ଼ା ଗୋଟିଏ ସ୍ଥାନରେ ୩ବର୍ଷରୁ ଅଧିକ ସମୟ ଧରି ଚାକିରି କରିଥିଲେ ବଦଳି ହେବ । ଜିଲ୍ଲାରେ ରିଟର୍ଣ୍ଣିଂ ଅଫିସର ଦାୟିତ୍ବରେ ରହୁଥିବା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲପାଳ, ତହସିଲଦାର, ବିଡିଓ ଏହି ନିୟମ ମଧ୍ୟରେ ଆସୁଥିଲେ ସେମାନଙ୍କର ବଦଳି ହେବ । ସେହିପରି ପୋଲିସ ଏଡିଜି, ରେଞ୍ଜ ଆଇଜି, ଡିଆଇଜ, ଏସପି, କମିଶନର, ଆଇଆଇସି, SI ଓ କନେଷ୍ଟବଳ ମଧ୍ୟ ଏହି ନିୟମ ମଧ୍ୟରେ ଆସୁଥିଲେ ବଦଳି ହେବ । ଏହି ନିର୍ଦ୍ଦେଶାବଳୀରେ ଆସୁଥିବା ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି କରାଯିବ । ଏ ସଂପର୍କିତ ଅନୁପାଳନ ରିପୋର୍ଟ ମୁଖ୍ୟ ସଚିବ ଓ ଡିଜିପି ୨୦୨୪ ଜାନୁଆରୀ ୩୧ ତାରିଖ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବେ ।ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ-ECଙ୍କ ପ୍ରସ୍ତୁତି ଆରମ୍ଭ । ରାଜ୍ୟ ମୁଖ୍ୟ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନଙ୍କ ବରିଷ୍ଠ ପ୍ରମୁଖ ସଚିବ ନରେନ୍ଦ୍ର ବୁଖଟୋଲିଆ ଚିଠି ଲେଖିଛନ୍ତି । ନିର୍ବାଚନ ପରିଚାଳନାରେ କେଉଁ କେଉଁ ଅଫିସର ନିୟୋଜିତ ରହିବେ , କେଉଁମାନଙ୍କର ବଦଳି ଆବଶ୍ୟକ ସେନେଇ ଚିଠିରେ ବିସ୍ତୃତ ଉଲ୍ଲେଖ ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!