ଭୁବନେଶ୍ୱର,୨୩।୧୨: ନନ୍ଦନକାନନକୁ ଆସିଛନ୍ତି ୪ନୂଆ ଅତିଥି। ୩୫ ବର୍ଷ ପରେ ଆସିଛନ୍ତି ଦୁଇଟି ୱାଲାବି। ସେମାନଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ । ଏହା ସହିତ ପ୍ରଥମ ଥର ପାଇଂ ଦୁଇଟି ଲିଭିଂଷ୍ଟୋନ ଟୁରାକୋ ଆସିଛନ୍ତି।ନନ୍ଦନକାନନକୁ ଆସିଲେ ବିରଳ ପ୍ରଜାତିର ଏକ ହଳ ୱ।ଲାବି ଓ ଏକ ହଳ ଲିଭିଂଷ୍ଟୋନ ଟୁରାକୋ ପକ୍ଷୀ। ହାଇଦ୍ରାବାଦରୁ ଜୀବଜନ୍ତୁ ବଦଳ ପ୍ରକ୍ରିୟାରେ ଆସିଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ୱ।ଲାବି କଙ୍ଗାରୁ ଠାରୁ ଆକାରରେ ଛୋଟ। ଏହି ପ୍ରଜାତି ଜୀବ ଅଷ୍ଟ୍ରେଲିଆ ଓ ନିୟୁ ଗୁଏନା ଅଞ୍ଚଳରେ ଦେଖିବାକୁ ମିଳିଥାଆନ୍ତି।ଏହି ଦୁଇଟି ପ୍ରଜାତିରୁ ୪ଟି ଜୀବଜନ୍ତୁଙ୍କୁ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଅଣାଯାଇଛି। ସେମାନଙ୍କୁ ଏବେ କ୍ୱାରେଣ୍ଟିନ ସେଣ୍ଟରରେ ନୂଆ ଖୁଆଡ଼ ନିର୍ମାଣ କରାଯାଇ ୨୮ ତାରିଖରେ ସେମାନଙ୍କୁ ନୂଆ ଖୁଆଡ଼ରେ ରଖାଯିବ।। ନନ୍ଦନକାନନର ପ୍ରତିଷ୍ଠା ଦିବସ ଡିସେମ୍ବର ୨୯ ତାରିଖରେ ପର୍ଯ୍ୟଟକମାନେ ଏହି ୪ ନୂଆଜନ୍ତୁଙ୍କୁ ଦେଖିପାରିବେ।ନନ୍ଦନକାନନରେ ନୂଆ ପ୍ରଜାତି ଜୀବ ଭାବେ ୱ।ଲାବି ଅଣାଯାଇଥିବାରୁ ଚଳିତ ପର୍ଯ୍ୟଟନ ଋତୁରେ ନନ୍ଦନକାନନକୁ ଆସିବାକୁ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ|
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |