ଭୁଶୁଡ଼ି ପଡ଼ିଲା ଘରର ଛାତ,୨ ଜଣ ନାବାଳିକାଙ୍କ ମୃତ୍ୟୁ

ନୋଇଡା,,୨୪ା୧୨ : ଗ୍ରେଟର ନୋଏଡାର ଦାଦରିରେ   ଏକ ଘରର ଛାତ ଭୁଶୁଡ଼ି ପଡ଼ିବାରୁ ୨ ଜଣ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଜିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ମିଳିବା ମାତ୍ରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା।ଦାଦରୀ ଥାନା ଅଧୀନରେ ଏକ ଘର ନିର୍ମାଣ କାମ ଚାଲିଥିଲା। ଲାଲ ସିଂ ନାମକ ଜଣେ ବ୍ୟକ୍ତି ଏଠାରେ ଘରଛାତ ଉପରେ ଇଟା ପକାଇ ଛାତ ମରାମତି କରୁଥିଲେ। ଏହି ସମୟରେ ଘରର ପ୍ରଥମ ମହଲାର ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିଥିଲା। ଛାତ ଉପରେ ଅଧିକ ଓଜନ ଯୋଗୁଁ ଉପର ଛାତ ମଝି ଛାତ ଉପରେ ପଡ଼ିଯାଇଥିଲା। ଫଳରେ ଘରର ଛାତ ଭୁଶୁଡ଼ି ପଡ଼ିଥିଲା।ଏହି ଘଟଣାରେ ଲାଲ ସିଂହଙ୍କ ଦୁଇ ନାତୁଣୀଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଉଭୟଙ୍କ ବୟସ ୩ ବର୍ଷ ଓ ୫ ବର୍ଷ। ଏହି ଘଟଣା ସମୟରେ ଦୁହେଁ ଖେଳୁଥିଲେ, ଯେଉଁମାନେ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ତରବରିଆ ଭାବେ ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା। ଏହି ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଘରେ ଥିବା ରାଜବୀର, ବିନୋଦ, ସଞ୍ଜୀବ ଓ ପଙ୍କଜ ଆହତ ହୋଇଛନ୍ତି। ସେମାନଙ୍କ ବୟସ ୨୩ରୁ ୪୫ ବର୍ଷ ମଧ୍ୟରେ ରହିଥିବା ଜଣାଯାଇଛି । ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା, ଯେଉଁଠାରେ ସେମାନଙ୍କ ଚିକିତ୍ସା ଚାଲିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!