ଡାବୁଗାଁ ବ୍ଲକରେ ନିମ୍ନ ମାନର ଗାର୍ଡୱାଲ୍ ନିର୍ମାଣକରି ଠିକାଦାର ମାଲେମାଲ

 

 ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,୨୪।୧୨ :-ବ୍ଲକ ପ୍ରଶାସନକୁ ଭୁଆଁ ବୁଲାଇ ଠିକା ଦାର ମାନେ ଡାବୁଗାଁ ବ୍ଲକ ରେ କରିଚାଲିଛନ୍ତି ନିମ୍ନ ମାନର ନିର୍ମାଣ କାର୍ଯ୍ୟ |ଡାବୁଗାଁ ବ୍ଲକରେ କିଭଳି ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରି ମାଲାମାଲ ହେଉଛନ୍ତି ଠିକାଦାର ମାନେ ଏହାର ଗୋଟଏ ଜୁଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଡାବୁଗାଁ ବ୍ଲକର କୃଷି ଫାର୍ମ ମଧ୍ୟରେ ଥିବା ଠାକୁରାଣୀ ମନ୍ଦିର ଠାରୁ ଆର୍ଡି ରାସ୍ତା ପର୍ଯ୍ୟନ୍ତ ଗାର୍ଡ ୱାଲ୍ ନିର୍ମାଣ। ଏହି କାର୍ଯ୍ୟ ସକାଶେ ୨୦୨୨-୨୩ ଆର୍ଥିକ ବର୍ଷରେ ୨ ଲକ୍ଷ ଟଙ୍କା ଆସିଥିଲା ।କିନ୍ତୁ ଏଠାରେ ଠିକାଦାର ସରକାରୀ ଗାଇଡ଼ଲାଇନକୁ ବେଖାତିର କରି ମାତ୍ର ୭ ରୁ ୮ ମିଟର ପର୍ଯ୍ୟନ୍ତ ଗାର୍ଡୱାଲ୍ ନିର୍ମାଣ କରି ବାକି ଟଙ୍କା ଆତ୍ମସାତ କରିଛି ତାହାବି ସମ୍ପୂର୍ଣ୍ଣ ନିମ୍ନମାନର କାର୍ଯ୍ୟ। ନିର୍ମାଣ କାର୍ଯ୍ୟକୁ ବର୍ଷେ ନ ପୂରୁଣୁ ଗାଡ଼ୱାଲରୁ ସିମେଣ୍ଟ ଖସିବାକୁ ଲାଗିଲାନି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏହି କାର୍ଯ୍ୟର ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟରେ ତଦାରଖ କରିଥିଲେ ନା ନାହିଁ??? ଲୋକଙ୍କ କହିବା ଅନୁଯାୟୀ ଏହି କାମ କରିଥିବା ଠିକାଦାର ଅଧିକାଂଶ ସରକାରୀ କାର୍ଯ୍ୟ ଗୁଡ଼ିକ ଅତି ନିମ୍ନମାନର କରି ବଳକା ଟଙ୍କା ସବୁ ଚୂଳ କରି ଦେଉଛନ୍ତି । ଏହି କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ଓ ବ୍ଳକ ପ୍ରଶାସନ ଦୃଷ୍ଟି ଦେଇ ଏହି ଠାକୁରାଣୀ ମନ୍ଦିର ରୁ ଆର୍ ଡି ରାସ୍ତା ପର୍ଯ୍ୟନ୍ତ ଗାର୍ଡ ୱାଲ୍ ପୁନଃବାର ନିର୍ମାଣ କରିବାକୁ ଜନସାଧାରଣ ଦାବି କରିଛନ୍ତି ଓ ଯେଉଁମାନେ ଏଭଳି ନିମ୍ନ ମାନର କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!