ଘନ କୁହୁଡି ପାଇଁ ଦିଲ୍ଲୀରେ ବିମାନ ଚଳାଚଳ ପ୍ରଭାବିତ

ନୂଆଦିଲ୍ଲୀ,୨୪।୧୨: ରାଜଧାନୀ ଦିଲ୍ଲୀରେ ଘନ କୁହୁଡି ଯୋଗୁଁ ପ୍ରଭାବିତ ହୋଇଛି ବିମାନ ଚଳାଚଳ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅନେକ ବିମାନର ସମୟ ପରିବର୍ତ୍ତନ କରାଯାଇଛି। ସମୁଦାୟ ୧୧ ଟି ଆନ୍ତର୍ଜାତୀୟ ବିମାନ ଏବଂ ୫ଟି ଜାତୀୟ ବିମାନର ସମୟ ପରିବର୍ତ୍ତନ କରାଯାଇଛି।ସେହିପରି ୧୨ରୁ ଅଧିକ ଟ୍ରେନ୍‌ ବିଳମ୍ବରେ ଦିଲ୍ଲୀ ପହଞ୍ଚିଛି।ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ପାଲାମରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସରେ ରେକର୍ଡ ହୋଇଥିବାବେଳେ ସଫଦରଜଙ୍ଗରେ ଏହା ୧୨.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଶନିବାର ସକାଳେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ଯେଉଁଥିପାଇଁ ଦିଲ୍ଲୀର ଅନେକ ଅଞ୍ଚଳରେ ଅତ୍ୟଧିକ ଥଣ୍ଡା ରେକର୍ଡ କରାଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!