ଆମେରିକାରେ ହିନ୍ଦୁମନ୍ଦିର ବିକୃତ କଲେ ଖାଲିସ୍ତାନୀ ସମର୍ଥକ

ନୂଆଦିଲ୍ଲୀ,୨୪ା୧୨ :ଆମେରିକାର ସାନ୍ ଫ୍ରାନ୍ସିସ୍କୋସ୍ଥିତ ଭାରତୀୟ ଦୂତାବାସ ଶନିବାର କାଲିଫର୍ଣ୍ଣିଆର ନେୱାର୍କ ସହରରେ ଥିବା ‘ସ୍ୱାମୀନାରାୟଣ ମନ୍ଦିର’କୁ ଭାରତ ବିରୋଧୀ ଏବଂ ଖଲିସ୍ତାନୀ ସମର୍ଥକମାନେ ଗ୍ରାଫିଟି ଦ୍ୱାରା ବିକୃତ କରିବା ଘଟଣାକୁ କଡ଼ା ନିନ୍ଦା କରିଛି। ଏହି ଘଟଣା ଭାରତୀୟ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଛି ଏବଂ ମାମଲାର ତୁରନ୍ତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୂତାବାସ ପକ୍ଷରୁ ଦାବି କରାଯାଇଛି। ଭାରତର ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି ଯେ ଆମେରିକା କୌଣସି ସ୍ଥିତିରେ ବି ଭାରତ ବିରୋଧୀ ଚରମପନ୍ଥୀଙ୍କୁ ପ୍ରଶ୍ରୟ ଦେବା ଉଚିତ ନୁହେଁ। ଭାରତ ବିରୋଧୀ ଶକ୍ତିମାନଙ୍କୁ କାବୁ କରିବା ପାଇଁ ନିଷ୍ଠାପର ଉଦ୍ୟମ ଲୋଡ଼ା ବୋଲି ସେ କହିଛନ୍ତି।ଆମେରିକାର କାଲିଫର୍ନିଆ ରାଜ୍ୟରେ ଥିବା ଏକ ଖ୍ୟାତନାମା ହିନ୍ଦୁ ମନ୍ଦିରକୁ ଭାରତ ବିରୋଧୀ ତତ୍ତ୍ୱମାନେ ବିକୃତ କରିଛନ୍ତି। ସମ୍ଭାବ୍ୟ ଘୃଣା ଅପରାଧକୁ ନେଇ ପୋଲିସ ତଦନ୍ତ ଚଳାଇଛି। ମନ୍ଦିର ଉପରେ ଆକ୍ରମଣକୁ ନେଇ ଭାରତ ଦୃଢ଼ ପ୍ରତିବାଦ ଜଣାଇବା ସହ ତଦନ୍ତ ଦାବି କରିଛି। ଭଙ୍ଗାରୁଜାକାରୀମାନେ ଖଲିସ୍ତାନ ସପକ୍ଷରେ ଏବଂ ଭାରତ ବିରୋଧରେ ସ୍ଲୋଗାନ ଦେଇଥିଲେ। ହିନ୍ଦୁ ଆମେରିକୀୟ ସଂଘ ସୋସିଆଲ ମିଡିଆ ଏକ୍ସ’ରେ ଏହି ଘଟଣା ଶେୟାର କରିବା ପରେ ଲୋକଲୋଚନକୁ ଆସିଛି। ନଓ୍ବୋର୍କରେ ଥିବା ସ୍ବାମୀନାରାୟଣନ ମନ୍ଦିର ବାସନା ସଂସ୍ଥାର ପ୍ରାଚୀରରେ ଦୁର୍ବୃତ୍ତମାନେ ରଙ୍ଗ ସ୍ପ୍ରେ କରି ସେଥିରେ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସ୍ଲୋଗାନମାନ ଲେଖିଛନ୍ତି। ଏଭଳି ଉଗ୍ରପନ୍ଥୀମାନଙ୍କୁ ଆଦୌ ସ୍ଥାନ ଦିଆଯିବା ଉଚିତ ନୁହେଁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ସାନ୍‌ ଫ୍ରାନ୍ସିସ୍‌କୋରେ ଥିବା ଭାରତୀୟ ବାଣିଜି୍ୟକ ଦୂତାବାସ ଏନେଇ ଆମେରିକା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତଦନ୍ତ ଜାରି ରହିଛି। ସ୍ବାମୀନାରାୟଣନ ମନ୍ଦିରକୁ ବିକୃତ କରାଯିବାକୁ ଆମେ ଦୃଢ଼ ନିନ୍ଦା କରୁଛୁ ବୋଲି ସେଠାର ଭାରତୀୟ କନ୍‌ସୁଲେଟ୍‌ ପକ୍ଷରୁ ଏକ୍ସ’ରେ ପୋଷ୍ଟ କରାଯାଇଛି।ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ ପକ୍ଷରୁ ହିନ୍ଦୁ ମନ୍ଦିରର ବାହ୍ୟ କାନ୍ଥରେ ଭାରତ ବିରୋଧୀ ଗ୍ରାଫିଟିର ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଏହି ଫଟୋରେ ମନ୍ଦିର କାନ୍ଥରେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଘୃଣ୍ୟ ସ୍ଲୋଗାନ ଲେଖାଥିବା ଦେଖିବାକୁ ମିଳିଥିଲା। ଖଲିସ୍ତାନୀ ଆତଙ୍କବାଦୀ ଜର୍ଣ୍ଣେଲ ସିଂ ଭିନ୍ଦ୍ରନୱାଲେର ନାମ ମଧ୍ୟ କଳା କାଳିରେ ଲେଖାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!