ଭୂକମ୍ପରେ ଥରିଲା ତାଇବାନ

ନୂଆଦିଲ୍ଲୀ,୨୪ା୧୨: ଦକ୍ଷିଣ ଚୀନ ସାଗରରେ ଥିବା ଛୋଟ ଦ୍ୱୀପ ତାଇବାନରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୬.୩ ଅଟେ । ଏହା ପରେ ଲୋକେ ଭୟଭୀତ ହୋଇ ଯାଇଛନ୍ତି । ଝଟକା ଏତେ ଜୋର ଥିଲା ଯେ ଲୋକେ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଦୌଡି ପଳାଇ ଯାଇଥିଲେ ।ଜିଏଫଜେଡ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସେଜ ପକ୍ଷରୁ କୁହାଯାଇଛି, ରବିବାର ସକାଳୁ ସକାଳୁ ତାଇବାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ କେନ୍ଦ୍ରକୁ ନେଇ କୁହାଯାଇଛି ଯେ, ଏହା ୧୦ କିମି ଗଭୀରତାରେ ହୋଇଛି । ବର୍ତ୍ତମାନ ସୁଦ୍ଧା ଭୂକମ୍ପ ଜନିତ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ । ତେବେ ଲୋକମାନଙ୍କୁ ପୁରୁଣା କୋଠାରୁ ବାହାରି ଆସିବା ପାଇଁ ପରାମର୍ଶ ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!