ଭୁବନେଶ୍ୱର,୨୪।୧୨:ବଡ଼ଦିନ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ପାଇଁ ପୋଲିସ କଡ଼ାକଡ଼ି ଚେକିଂ କରିବ । ସବୁ ଥାନାକୁ ବ୍ରେଥ୍ ଆନାଲାଇଜର ଦିଆଯାଇଛି। ସବୁ ଚର୍ଚ୍ଚ ଆଗରେ ପୋଲିସ୍ ମୁତୟନ କରାଯିବ। ଭିଡ଼କୁ ଦେଖି ଟ୍ରାଫିକ ବ୍ୟବସ୍ଥା ଉପରେ ନଜର ଦିଆଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବଡ଼ଦିନ ଏବଂ ନୂଆବର୍ଷ ପାଇଁ ପୋଲିସ ବ୍ୟାପକ ପ୍ରସ୍ତୁତି କରିଛି। ବଡ଼ଦିନ ପାଇଁ ସବୁ ଚର୍ଚ୍ଚ ଆଗରେ ପୋଲିସ ମୁତୟନ କରାଯିବ।ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ପାଇଁ ପୋଲିସ କଡ଼ାକଡ଼ି ଚେକିଂ କରିବ । ସବୁ ଥାନାକୁ ବ୍ରେଥ୍ ଆନାଲାଇଜର ଦିଆଯାଇଛି। ସେହିପରି ଆସନ୍ତା ୨୬ ତାରିଖରେ ଜିରୋ ନାଇଟ ସେଲିବ୍ରେସନ କରୁଥିବା ହୋଟେଲ ଏବଂ କ୍ଲବ ସହ ଏକ ବୈଠକ ବସିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |