ପିଆଜରେ ୧୦୦ ଫୁଟର ସାଣ୍ଟା କ୍ଲଜ୍

ପୁରୀ,,୨୫।୧୨: ବାଲିରେ   ସାଣ୍ଟାକ୍ଲଜ୍। ବଡ଼ଦିନ ଉପଲକ୍ଷେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା।ୱାର୍ଲଡ ରେକର୍ଡ କଲା ୧୦୦ ଫୁଟର ପିଆଜ ଓ ବାଲିରେ ତିଆରି ବିଶାଳ ସାଣ୍ଟା କ୍ଲଜ୍। ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଢିଛନ୍ତି ବିଶ୍ୱର ସବୁଠୁ ବଡ଼ ପିଆଜ ସାଣ୍ଟା। ଯାହାକି ୱାର୍ଲଡ ରେକର୍ଡସ ବୁକ୍ ଅଫ୍ ଇଣ୍ଡିଆରେ ସାମିଲ ହୋଇଛି। ବାଲି ସହ ଏଥିରେ ୨ ଟନ୍‌ର ପିଆଜ ବ୍ୟବହାର କରାଯାଇଛି।ଏହି ବିଶାଳ ସାଣ୍ଟା କ୍ଳଜର ଲମ୍ବ ୧୦୦ ଫୁଟ୍, ଉଚ୍ଚତା ୨୦ ଫୁଟ୍ ଏବଂ ଓସାର ୪୦ ଫୁଟ୍। ଏହି ବିଶାଳ ସାଣ୍ଟାକ୍ଲଜକୁ ତିଆରି କରିବା ପାଇଁ ସୁଦର୍ଶନ ଓ ତାଙ୍କ ବାଲୁକା କଳା ଅନୁଷ୍ଠାନର ୩୨ ଜଣ ଛାତ୍ରଛାତ୍ରୀଙ୍କୁ ଲାଗିଥିଲା ପ୍ରାୟ ୮ ଘଣ୍ଟାର ସମୟ। ଏହି ବାଲୁକା କଳା ମାଧ୍ୟମରେ ବୃକ୍ଷରୋପଣ ସଂପର୍କିତ ସଚେତନତା ବାର୍ତ୍ତା ଦିଆଯାଇଛି।  ପିଆଜରେ ନିର୍ମିତ ବିଶ୍ୱର ସର୍ବବୃହତ ସାଣ୍ଟାକ୍ଲଜ୍ ତିଆରି କରି ରେକର୍ଡ କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ୨ ଟନ୍ ପିଆଜରେ ତିଆରି ଏହି ୧୦୦ ଫୁଟର ସାଣ୍ଟାକ୍ଲଜ୍ ବାଲୁକା କଳାକୃତି ସ୍ଥାନ ପାଇଛି ୱାର୍ଲଡ୍ ରେକର୍ଡସ୍ ବୁକ୍ ଅଫ୍ ଇଣ୍ଡିଆରେ । ଏହାର ଓସାର ୪୦ ଫୁଟ୍ ଏବଂ ଉଚ୍ଚତା ୨୦ ଫୁଟ୍। ସୁଦର୍ଶନଙ୍କ ନେତୃତ୍ୱରେ ୩୨ ଜଣ ଛାତ୍ରଛାତ୍ରୀଙ୍କ ଦ୍ବାରା ବ୍ଲୁ ଫ୍ଲାଗ୍ ବିଚରେ ନିର୍ମିତ ଏହି ବାଲୁକା କଳାକୃତି ତିଆରି କରିବାକୁ ୮ ଘଣ୍ଟା ଲାଗିଥିଲା । ସେଥିରେ ମେରି ଖ୍ରୀଷ୍ଟମାସ ବୋଲି ଲେଖାଯିବା ସହ, ଗଛ ଉପହାର ଦେବା ପାଇଁ ସଚେତନତା ମୂଳକ ବାର୍ତ୍ତା ଦିଆଯାଇଛି|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!