ଭୁବନେଶ୍ୱର, ୨୫।୧୨: ଅଶାନ୍ତ ହୋଇ ଉଠିଛି ରାଜଧାନୀ ଭୁବନେଶ୍ୱର ଜନ ଗହଳିପୂର୍ଣ୍ଣ ରାସ୍ତାରେ ୨ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁବୃର୍ତ୍ତ। ଗୁରୁତର ଅବସ୍ଥାରେ ଯୁବକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି। ପୁଲିସ୍ର କଡ଼ା ସୁରକ୍ଷା ସତ୍ତ୍ୱେ ରକ୍ତରଞ୍ଜିତ ହୋଇଛି ରାଜଧାନୀର ଜନଗହଳୀପୂର୍ଣ୍ଣ ଏୟାରପୋର୍ଟ ଅଞ୍ଚଳ। ଏଠାରେ ୨୦ରୁ ୩୦ ଜଣ ଦୁର୍ବୃତ୍ତ ବିଚ୍ ରାସ୍ତାରେ ୨ ଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଆଉ ଜଣେ କେବଳ ଆହତ ହୋଇଛନ୍ତି। ଆଜି ସନ୍ଧ୍ୟାରେ ଏୟାରପୋର୍ଟ ଟ୍ରାଫିକ ଛକରେ ଏପରି ଘଟଣା ଘଟିଛି। ଆକ୍ରମଣରେ ଗୁରୁତର ହୋଇଥିବା ଶିବା ଓରଫ ମଦନ ମହାରାଣା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ମୁଣ୍ଡ ଠାରୁ ଆରମ୍ଭ କରି ଶରୀରର ବିଭିନ୍ନ ସ୍ଥାନରେ ଖଣ୍ଡା ଓ ଛୁରୀ ମାଡ଼ର ଦାଗ ରହିଛି। ସେହିପରି ଆଉ ଜଣେ ଯୁବକ ଆକ୍ରମଣର ଶିକାର ହୋଇଥିଲେ ମଧ୍ୟ ତାଙ୍କର ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। ଉଭୟ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଶିବାଙ୍କ ଘର ସ୍ଥାନୀୟ ଭୀମପୁର ଅଞ୍ଚଳରେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |