ନୂଆବର୍ଷକୁ ନଜରରେ ରଖି ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପୁରୀ,୨୫ା୧୨:ନୂଆବର୍ଷ ପାଖେଇ ଆସୁଥିବା ବେଳେ ଶ୍ରୀମନ୍ଦିରରେ ଜମୁଛି ଭକ୍ତଙ୍କ ଭିଡ଼ । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି। ଆଗାମୀ ନୂଆବର୍ଷ ପାଳନ ପାଇଁ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ତଥା ଶ୍ରଦ୍ଧାଳୁ ପୁରୀକୁ ଆସୁଛନ୍ତି। ନବନିର୍ମିତ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଦେଖିବା ଲାଗି ପର୍ଯ୍ୟଟକଙ୍କ ଭିତରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏହିସବୁ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ନିର୍ମିତ ହୋଇଥିବା ବ୍ୟାରିକେଡ୍‌‌ ଦେଇ ବଡ଼ଦେଉଳକୁ ଯାଇ କଡା ପୁଲିସ ସୁରକ୍ଷା ମଧ୍ୟରେ ଠାକୁରମାନଙ୍କୁ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ୍‌ ବ୍ୟବସ୍ଥା ସହ ମନ୍ଦିର ବାହାରେ ସିସିଟିଭି ଲଗାଯାଇଛି । ବିଶେଷକରି ସମୁଦ୍ରକୂଳ ଅଂଚଳରେ ପର୍ଯ୍ୟଟକମାନଙ୍କ ପାଇଁ ସ୍ୱତନ୍ତ୍ର ପୋଲିସ ଓ ହୋମଗାର୍ଡ ତଥା ଲାଇଫ୍‌ଗାର୍ଡ ମୁତୟନ କରାଯାଇଛି । ସେହିପରି ସହରର ପ୍ରମୁଖ ସ୍ଥାନ ମାନଙ୍କରେ ସିସିଟିଭି ଲଗାଯାଇ ନଜର ରଖାଯାଉଛି ।ପୁରୀରେ ପ୍ରବଳ କୁହୁଡି ଯୋଗୁ ଦୂରରୁ ଦୃଶ୍ୟମାନ ହେଉନି ଶ୍ରୀମନ୍ଦିର। ଦୂରରୁ ନାଟମଣ୍ଡପ, ଜଗମୋହନ, ନୀଳଚକ୍ର ଆଦି ଦେଖାଯାଉନଥିବାରୁ ଭକ୍ତମାନେ ନିରାଶ ହୋଇଛନ୍ତି।ନୂଆବର୍ଷରେ ପର୍ଯ୍ୟଟକମାନଙ୍କ ସୁରକ୍ଷାଲାଗି ୫୦ପ୍ଲାଟୁନ ପୁଲିସ ଫୋର୍ସ ଏବଂ ୨୫୦ଜଣ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଉଥିବାର ସୂଚନା ମିଳିଛି ।ପର୍ଯ୍ୟଟକମାନେ ସମୁଦ୍ରରେ ସ୍ନାନ ସମୟରେ ଯେପରି କୌଣସି ଦୁର୍ଘଟଣା ନ ଘଟିବ ସେଥିଲାଗି ସମୁଦ୍ରକୂଳରେ ବ୍ୟାପକ ସଂଖ୍ୟକ ଲାଇଫ୍‌‌ଗାର୍ଡଙ୍କୁ ମୁତୟନ କରାଯାଉଛି । ଜିଲ୍ଲାରେ ଥିବା ସମସ୍ତ ଚର୍ଚ୍ଚ ଗୁଡିକୁ ଆସନ୍ତାକାଲି ବଡ଼ ଦିନ ପାଇଁ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ଏହାଛଡା ଜିଲାର କୋଣାର୍କ, ସାତପଡ଼ା, ଚିଲିକାର ପକ୍ଷୀ ଅଭୟାରଣ୍ୟ ନଳବଣ ଓ ଡଲ୍‌‌ଫିନ୍‌‌ ସମେତ ରାମଚଣ୍ଡୀ, ହରଚଣ୍ଡୀ, ବେଲେଶ୍ୱର, ସାକ୍ଷୀଗୋପାଳ, ଶିରୁଳି ମହାବୀର ଓ ପିପିଲି ଆଦି ପରିଦର୍ଶନ ଲାଗି ଏହିସବୁ ପର୍ଯ୍ୟଟକମାନେ ଭିଡ ଜମାଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!