କାଲିମେଳାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

 ମାଲକାନଗିରି,୨୫ା୧୨: କାଲିମେଳା ଅଂଚଳରୁ ମିଳିଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଆନ୍ଦ୍ର ଓଡିଶା ସୀମାନ୍ତ ଅଂଚଳରେ କୁମ୍ବିଂ ଅପରେସନ ଚାଲୁଥିବାବେଳେ  ଡିଭିଏଫ ଓ ଏସଓଜି ବାହିନୀଙ୍କୁ ମିଳିଛି ବଡ ସଫଳତା ।  କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ଜଙ୍ଗଲ ମଧ୍ୟରୁ ମାଟିତଳେ ପୋତାଯାଇଥିବା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ମାଲକାନଗିରି ପୁଲିସ। ୨୨ ତାରିଖରୁ ଆରମ୍ଭ ହୋଇଥିବା ଅପରେସନରେ ରବିବାର ସୁରକ୍ଷା ବହିନୀ ଜବତ କରିଛନ୍ତି ମାଓ ସାମଗ୍ରୀ।ଜବତ ସାମଗ୍ରୀ ମଧ୍ୟରେ ଏସବିଏମଏଲ ଗନ୍, ୧୨ଟି ଟିଫିନ ଆଇଇଡି, ପାଞ୍ଚଟି ଗ୍ରେନେଡ଼, ୧.୫ କେଜି କୋଡେକ୍ସ ୱେୟାର, ତିନୋଟି ଇଲେକ୍ଟ୍ରିକ ଡିଟୋନେଟର, ୩୯ଟି ଜିଲାଟିନ ଷ୍ଟିକ ଭଳି ପ୍ରାୟ ୩୪ ପ୍ରକାର ମାଓ ସାମଗ୍ରୀ ରହିଛି। ସମସ୍ତ ସାମଗ୍ରୀ ଜବତ ପରେ ଅନୁମାନ କରାଯାଉଛି ଯେ, ମାଲକାନଗିରି ଜିଲ୍ଲାରେ ମାଓ ସଂଗଠନ ପୁଣି ନିଜ କାୟା ବିସ୍ତାର କରିବା ପାଇଁ କସରତ ଆରମ୍ଭ କରିଦେଇଥିବା ବେଳେ ଗୁଇନ୍ଦା ବିଭାଗ ସତର୍କ ରହିଛି। ଏହି ସବୁ ସାମଗ୍ରୀ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜୋନାଲ କମିଟିର ହୋଇଥାଇପାରେ ବୋଲି ମାଲକାନଗିରି ଏସ୍‌ପି ନିତେଶ୍‌ ୱାଧୱାନି ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!