ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ନୂଆ ବାଟାଲିୟନ

ପୁରୀ.୨୫।୧୨:     ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ସ୍ୱତନ୍ତ୍ର ବାଟାଲିୟନ। ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନରେ ୧୧୯୦ ଜଣ ସୁରକ୍ଷାକର୍ମୀ ରହିବେ। ଶ୍ରୀମନ୍ଦିରର ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ ସୁବିଧା ସୁଯୋଗ ଯୋଗାଇ ଦେବେ ଏହି ସ୍ୱତନ୍ତ୍ର ବାଟାଲିୟନ। ପୁରୀ ଏସ୍‌ପିଙ୍କ ନିର୍ଦ୍ଦେଶ ଓ ନିୟନ୍ତ୍ରଣରେ ଏହି ବାଟାଲିୟନ୍‌ କାର୍ଯ୍ୟ କରିବ।ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ନୂଆ ବାଟାଲିୟନ । ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ବାଟାଲିୟନରେ ରହିବେ ୧୧୯୦ ଜଣ ସୁରକ୍ଷାକର୍ମୀ । ଶ୍ରୀମନ୍ଦିରର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ କରିବ ସ୍ବତନ୍ତ୍ର ବାଟାଲିୟନ । ଆଜି ସକାଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନେକ ଭିଡ଼ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା । ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଶ୍ରଦ୍ଧାଳୁ ଲାଇନରେ ଠିଆ ହୋଇଥିଲେ । ଅନ୍ୟପଟେ ଗଳାବାଟ ଦେଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଲୋକଙ୍କ ଠାରୁ ୧୦୦୦ ରୁ ୫ହଜାର ଟଙ୍କା ଲାଞ୍ଚ ନିଆଯାଇ ଛଡାଯାଉଛି ବୋଲି ଅଭିଯୋଗ ବି ହୋଇଥିଲା ।କୋଟି ଓଡ଼ିଆର ଆରାଧ୍ୟ ଦେବତା ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ତାଙ୍କର ଆଶୀର୍ବାଦ ପାଇବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଧାଇଁ ଆସୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ସେଥିପାଇଁ ଶ୍ରୀକ୍ଷତ୍ରରେ ପ୍ରତିଦିନ ପ୍ରବଳ ଜନସମାଗମ ହେଉଛି। ଯାହାକୁ କଣ୍ଟ୍ରୋଲ୍‌ କରିବା ଶ୍ରୀମନ୍ଦିର ପ୍ରଶାସନ ପାଇଁ କାଠିକର ପାଠ ହେଉଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କଠାରୁ ଟଙ୍କା ନେଇ ଗଳାବାଟ ଦେଇ ଛଡ଼ାଯାଉଛି । ଲମ୍ବା ସମୟ ଧରି ଧାଡ଼ିରେ ଠିଆ ହୋଇଥିବା ଶ୍ରଦ୍ଧାଳୁମାନେ ଏହି ଅଭିଯୋଗ ଆଣିଛନ୍ତି । ଏହି ଅବ୍ୟସ୍ଥା ଦେଖି ଶ୍ରଦ୍ଧାଳୁମାନେ ଧର୍ଯ୍ୟହରା ହୋଇ ବ୍ୟାରିକେଟ ଭାଙ୍ଗିବାକୁ ପଛାଇନାହାନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, ଗଳାବାଟରେ ଗୁମାସ୍ତା ଟଙ୍କା ନେଇ ଶ୍ରଦ୍ଧାଳୁଙ୍କୁ ନେଇ ମନ୍ଦିରକୁ ଯାଉଛନ୍ତି । ଏହି ପରିପେକ୍ଷୀରେ ଏପରି ନିଷ୍ପତିକୁ ସ୍ୱାଗତଯୋଗ୍ୟ ହେବ ବୋଲି ଆଶା କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!