ନୂଆଦିଲ୍ଲୀ,୨୬ା୧୨: ଆଜି ସକାଳୁ ସକାଳୁ ଭାରତର ଲେହ-ଲଦାଖ ସହ ଜାମ୍ମୁ କାଶ୍ମୀର ଅଂଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଲେହ-ଲଦାଖରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଏବଂ ଜାମ୍ମୁ କାଶ୍ମୀରରେ ୩.୭ ରେକର୍ଡ଼ କରାଯାଇଥିବା ନେଇ ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଫକ୍ଷରୁ ସୂଚନା ଦିଆଯାଇଛି । ବୁଧବାର ଲେହ-ଲଦାଖରେ ସକାଳେ ପ୍ରାୟ ୪ଟା ୩୩ ମିନିଟ ଏବଂ ଜାମ୍ମୁ କାଶ୍ମୀରରେ ରାତି ୧ଟା ୧୦ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ଏହି ଭୂକମ୍ପର ଗଭୀରତା ଭୂପୃଷ୍ଠରୁ ୫ କିମି ରହିଥିଲା ।ଆଜି ସକାଳୁ ସକାଳୁ ଭୂକମ୍ପ ଝଟକାରେ ଥରିଛି ଲେହ଼ ଲଦାଖ । ଲେହ-ଲଦାଖରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଏବଂ ଜମ୍ମୁ କଶ୍ମୀରରେ ୩.୭ ରେକର୍ଡ଼ କରାଯାଇଛି। ଏ ନେଇ ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଫକ୍ଷରୁ ସୂଚନା ଦିଆଯାଇଛି ।ଜମ୍ମୁ କଶ୍ମୀର ନିକଟବର୍ତ୍ତୀ କିଶତୱାଡରେ ଗତ କାଲି ରାତି ପ୍ରାୟ ୧ଟା୧୦ରେ ୫ କିମି ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାଯାଇଛି। ଭୂକମ୍ପ ଝଟକା ଯୋଗୁ ଲୋକେ ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଥିଲେ। ତେବେ ଏଥିଯୋଗୁ କୌଣସି କ୍ଷୟକ୍ଷତି ଘଟିଥିବା ନେଇ କୌଣସି ସୂଚନା ମିଳିନି।
।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |