ଭୁବନେଶ୍ୱର,,୨୬ା୧୨: ଦୁଇ ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରୋଗୀ ଜଣକ ସୁସ୍ଥ ଅଛନ୍ତି ଓ ସେ ଘରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଚିହ୍ନଟ କୋଭିଡ୍ ଆକ୍ରାନ୍ତ ଜଣକ କରୋନାର ନୂଆ ପ୍ରଜାତି ଜେଏନ୍.୧ରେ ଆକ୍ରାନ୍ତ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ। ତାଙ୍କ ନମୁନାର ଜିନୋମ ସିକ୍ବେନ୍ସିଂ ହେବା ପରେ ତାହା ସ୍ପଷ୍ଟ ହେବ। ଏବେ ରାଜ୍ୟରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ଦେଶରେ ବ୍ୟାପୁଛି କରୋନା । ଦିନକରେ JN.1 ଆକ୍ରାନ୍ତ ସଂଖ୍ୟା 3 ଗୁଣ ବୃଦ୍ଧି ପାଇଁ 63ରେ ପହଞ୍ଚିଛି । କେରଳରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଭୟ ବଢୁଛି । ଗୋଆରେ ସର୍ବାଧିକ 34 ଜଣ JN.1 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାବ୍ୟତୀତ ମହାରାଷ୍ଟ୍ରରେ 9, କର୍ଣ୍ଣାଟକରେ 8, କେରଳରେ 6, ତାମିଲନାଡୁରେ 4 ଓ ତେଲଙ୍ଗାନାରେ 2 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ, ଭାରତରେ କୋଭିଡ -19 ର 628ଟି ନୂଆ ମାମଲା ରିପୋର୍ଟ ହୋଇଛି। ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା 4 ହଜାର 54କୁ ବୃଦ୍ଧି ପାଇଛି।ରାଜ୍ୟରେ ଆଜି ଆଉ ଜଣେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୦ ଦିନର ବ୍ୟବଧାନ ପରେ ରାଜ୍ୟରେ ଶନିବାର ପ୍ରଥମ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଜିର ସଂକ୍ରମିତଙ୍କୁ ମିଶାଇ ଆକ୍ଟିଭ କେସ ୩ ରେ ପହଁଚିଛି।ଗତ 24ଘଣ୍ଟା ମଧ୍ୟରେ କେରଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କରୋନା ଜମିତ ମୋଟ ମୃତ୍ୟୁସଂଖ୍ୟା 5 ଲକ୍ଷ 33 ହଜାର 334କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 କୋଟି 50 ଲକ୍ଷ 9 ହଜାର 248ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଦେଶରେ ଚିକିତ୍ସା ପରେ 4 କୋଟି 44 ଲକ୍ଷ 71 ହଜାର 860 ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁ ହାର 1.19 ପ୍ରତିଶତ ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |