ସେଞ୍ଚୁରିଅନ,୨୬।୧୨: :ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆସନ୍ତାକାଲି (ମଙ୍ଗଳବାର)ଠାରୁ ଆରମ୍ଭ ହେବ। ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପରେ ଭାରତ ଏହି ଦେଶକୁ ୮ଥର ଗସ୍ତ କରିଛି। ଏହା ମଧ୍ୟରୁ କେବଳ ଥରେ ଦଳ ଟେଷ୍ଟ ସିରିଜ୍ ବିଜୟୀ ହେବାର ସମ୍ଭାବନା ୨୦୧୦-୧୧ ସିରିଜ୍ରେ ସୃଷ୍ଟି କରିଥିଲା। ଏହି ଟୁର୍ରେ ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ସିରିଜ୍ ୧-୧ରେ ଡ୍ର ରହିଥିଲା। କହିବାକୁ ଗଲେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତିବାକୁ ଏହି ସିରିଜ୍ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଥିଲା। କିନ୍ତୁ ଏଥିରେ ଦଳ ବିଜୟୀ ହୋଇ ପାରି ନଥିଲା। ମଙ୍ଗଳବାରଠାରୁ ଦୁଇ ଦେଶ ମଧ୍ୟରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ସେଞ୍ଚୁରିଆନରେ ପ୍ରଥମ ଟେଷ୍ଟ ଖେଳାଯିବ। ଏହି ଟେଷ୍ଟରେ ଯେଉଁ ଦଳ ବିଜୟୀ ହେବ, ସେହି ଦଳ ଏହି ସିରିଜ୍ କବ୍ଜା କରିବାର ଯଥେଷ୍ଟ ସମ୍ଭାବନା ରଖିଛି। ଅନ୍ୟ ଟେଷ୍ଟ ମ୍ୟାଚ୍ଟି କେପ୍ଟାଉନ୍ରେ ଖେଳାଯିବ। ଟେଷ୍ଟ ମୁକାବିଲା ପୂର୍ବରୁ ଉଭୟ ଦଳ ଭଲ ଖେଳି ମଧ୍ୟ ଦିନିକିଆ ବିଶ୍ୱକପ୍ରେ ଚାମ୍ପିଅନ୍ ହୋଇପାରି ନାହାନ୍ତି। ଉଭୟ ଦଳ ମଧ୍ୟ ଏବେଠାରୁ ଆସନ୍ତାବର୍ଷ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଯାହା ଫଳରେ ଟେଷ୍ଟ ଫର୍ମାଟରେ ଖେଳିବାକୁ ହେଲେ ସେମାନଙ୍କୁ ଖୁବ୍ଶୀଘ୍ର ଏଥିରେ ଖାପ୍ ଖୁଆଇବାକୁ ହେବ। ନଚେତ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତିବା ଭାରତୀୟଙ୍କ ଲାଗି ସ୍ୱପ୍ନ ହୋଇ ରହିଯିବ। ଆଜିଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ଟିମ ଇଣ୍ଡିଆ ପ୍ରଥମେ ଟି-୨୦ ସିରିଜ ଏବଂ ପରେ ଦିନିକି ସିରିଜ ଜିତିଥିଲା। ବର୍ତ୍ତମାନ ଟେଷ୍ଟ ସିରିଜରେ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ। ଭାରତୀୟ କ୍ରିକେଟ ଦଳ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଜିତି ନାହିଁ।ଅନ୍ୟପକ୍ଷରେ ଘରୋଇ ମାଟିରେ ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍ ଅପରାଜେୟ ରହିବାର ରେକର୍ଡ ବଜାୟ ରଖିବାକୁ ଘରୋଇ ଦକ୍ଷିଣ ଆଫ୍ରିକା ଦଳ ବେଶ ଆଶାୟୀ। ଟେମ୍ବା ବଭୂମାଙ୍କ ଦଳ ଗତ ମାର୍ଚ୍ଚ ମାସଠାରୁ କୌଣସି ଟେଷ୍ଟ ଖେଳିନାହିଁ। ଏହା ସତ୍ତ୍ବେ ସେମାନେ ଭାରତକୁ କଡ଼ା ଟକ୍କର ଦେବା ସହ ଚଳିତ ସିରିଜ୍ରେ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଥିବା ପୂର୍ବତନ ଅଧିନାୟକ ଡିନ୍ ଏଲ୍ଗାରଙ୍କୁ ବିଜୟ ସହ ବିଦାୟ ଦେବାକୁ ଯୋଜନା କରିଛନ୍ତି। ଉଭୟ ଦଳର ଯୋଜନାରେ ବର୍ଷା ପ୍ରତିବନ୍ଧକ ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି।ଏଥର ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଆରମ୍ଭ କରିବାକୁ ଯାଉଛି। ନୂତନ ଅଧିନାୟକଙ୍କ ସହ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ଏକ ନୂତନ ରେକର୍ଡ ସୃଷ୍ଟି କରିବ ଏବଂ ଏକ ନୂତନ ଇତିହାସ ସୃଷ୍ଟି କରିବ।
ଏହି ସିରିଜର ପ୍ରଥମ ମ୍ୟାଚ ଆଜି ସେଞ୍ଚୁରିଅନ ଗ୍ରାଉଣ୍ଡରେ ଖେଳାଯିବ। ଏହି ମ୍ୟାଚ ଭାରତୀୟ ସମୟ ଦିନ ୧.୩୦ରେ ଆରମ୍ଭ ହେବ। ଏହି ମ୍ୟାଚ୍ରେ ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟସ ନେଟୱାର୍କର ଚ୍ୟାନେଲରେ ଉପଭୋଗ କରିପାରିବେ। ମୋବାଇଲ ଫୋନରେ ଡିଜନି ପ୍ଲସ ହଟଷ୍ଟାର୍ରେ ସିଧାସଳଖ ଭାରତ ବନାମ ଦକ୍ଷିଣ ଆଫ୍ରିକାର ଟେଷ୍ଟ ମ୍ୟାଚ ଦେଖିପାରିବେ।
ସମ୍ଭାବ୍ୟ ଖେଳାଳି ଦଳ
ଭାରତ : ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁବମାନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ (ୱିକେଟରକ୍ଷକ), ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ୍ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ଶାର୍ଦ୍ଦୁଳ ଠାକୁର।
ରିଜର୍ଭ- ରବିଚନ୍ଦ୍ରନ ଅଶ୍ୱିନ, ଶ୍ରୀକର ଭରତ, ଅଭିମନ୍ୟୁ ଈଶ୍ୱରନ, ମୁକେଶ କୁମାର।
ଦକ୍ଷିଣ ଆଫ୍ରିକା : ଡିନ୍ ଏଲଗାର, ଆଇଡେନ୍ ମାର୍କରାମ, ଟୋନି ଡି ଜୋର୍ଜି, ତେମ୍ବା ବଭୂମା (ଅଧିନାୟକ), ଡେଭିଡ୍ ବେଡିଙ୍ଗହାମ୍/ କିଗାନ ପିଟରସନ, କାଏଲ ଭେରିନ୍ (ୱିକେଟରକ୍ଷକ), କେଶବ ମହାରାଜ, ମାର୍କୋ ଜାନସେନ, ଜେରାଲ୍ଡ କୋଏଜି, କାଗିସୋ ରବାଡ଼ା ଓ ଲୁଙ୍ଗି ଏନ୍ଗିଡି।
ରିଜର୍ଭ- ୱିଆନ ମୁଲ୍ଡର, ନାନ୍ଦ୍ରେ ବର୍ଗର, ଟ୍ରିଷ୍ଟାନ ଷ୍ଟବ୍ସ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |