ନୂଆଦିଲ୍ଲୀ,୨୬।୧୨: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ୩ ଅପରାଧିକ ବିଲ୍କୁ ମଞ୍ଜୁରୀ ଦେଇଛନ୍ତି। ବ୍ରିଟିଶ ଅମଳରୁ ଲାଗୁ ହେଉଥିବା ଆଇପିସି, ସିଆରପିସି ଓ ପ୍ରମାଣ ଆଇନ ଲୋପ ପାଇଛି। ଏଣିକି ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ସାକ୍ଷ୍ୟ ଆଇନ ଦେଶରେ ଲାଗୁ ହେବ। ଏହାକୁ ଆଧାର କରି ଦୋଷୀଙ୍କୁ ଦଣ୍ଡବିଧାନ କରାଯିବ। ଡିସେମ୍ବର ୨୦ ଏହି ବିଲ ଲୋକସଭା ଓ ୨୧ ତାରିଖରେ ରାଜ୍ୟସଭାରେ ପାସ୍ ହୋଇଥିଲା। ଶୀତ ଅଧିବେଶନରୁ ଅଧିକାଂଶ ବିରୋଧୀ ନିଲମ୍ବିତ ହେବା ସତ୍ତ୍ୱେ ଉଭୟ ଗୃହରେ ଏହି ୩ ବିଲକୁ ପାରିତ କରାଯାଇଥିଲା। ପୂର୍ବରୁ ଆଇପିସିରେ ଥିବା ଦେଶଦ୍ରୋହ ଆଇନକୁ ବଦଳାଇ ଦିଆଯାଇଛି। ପ୍ରସ୍ତାବିତ ଆଇନରେ ଦେଶଦ୍ରୋହର ଶବ୍ଦ ନାହିଁ। ଏହି ଶ୍ରେଣୀରେ ଆସୁଥିବା ଅପରାଧକୁ ଧାରା ୧୫୦ ଅଧୀନରେ ବିଚାର କରାଯିବ।ବିଲ୍ରେ ଭିଡ଼ ହିଂସା ବା ମବ ଲିଚିଂ ପାଇଁ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା କରାଯାଇଛି। ଗଣଦୁଷ୍କର୍ମ ପାଇଁ ୨୦ ବର୍ଷ ଜେଲ ଓ ନାବାଳିକା ଦୁଷ୍କର୍ମ ଘଟଣା ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |