ନବରଙ୍ଗପୁର( ମିହିର ଶଙ୍କର ପାତ୍ର,)୨୬ା୧୨ :ଡାବୁଗାଁ ଠାରେ ବିଜୁ ଜନତା ଦଳ (ବିଜେଡି)ର ୨୭ତମ ପ୍ରତିଷ୍ପା ଦିବସ ଅନୁଷ୍ଠିତ। ଡାବୁଗାଁ ବ୍ଲକ ସଭାପତି ଶ୍ରୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ଆଜି ଏହି ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହେଲା ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ଲୋକ ପ୍ରିୟ ବିଧାୟକ ଯୋଗଦେଲେ।ବିଜୁ ଜନତା ଦଳ (ବିଜେଡି) ୨୬ ବର୍ଷ ପୂରଣ ହୋଇଛି। ୨୭ ବର୍ଷରେ ପଦାର୍ପଣ କରିଛି ଦଳ। ୨୬ ଡିସେମ୍ବର ୧୯୯୭ ମସିହାରେ ପ୍ରତିଷ୍ଠିତ ଓଡ଼ିଶାର ଏହି ସର୍ବବୃହତ ଆଞ୍ଚଳିକ ଦଳର ବିଶେଷତ୍ବ ହେଲା-ଏହି ଦଳ ଜନ୍ମ ନେବା ପରଠାରୁ କେବେ ବି ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇନି ବା କ୍ଷମତାରୁ ଦୂରେଇ ରହିନି। ୨୦୦୦ ମସିହାରୁ ଆଜିଯାଏଁ ଓଡ଼ିଶାବାସୀ ବିଜୁ ଜନତା ଦଳ ଉପରେ ଆସ୍ଥା ପ୍ରକଟ କରିଆସୁଛନ୍ତି। ଦଳ ଗଠନରୁ ଏପର୍ଯ୍ୟନ୍ତ ସଭାପତି ଥିବା ନବୀନ ପଟ୍ଟନାୟକ କ୍ରମାଗତ ୫ମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଦୀର୍ଘବର୍ଷ କ୍ଷମତାରେ ରହିବା ସତ୍ତ୍ବେ ଦଳ ଆଜି ଓଡ଼ିଶାରେ ଏକ ମଜଭୁତ ବା ଶକ୍ତିଶାଳୀ ସ୍ଥିତିରେ ରହିଛି, ଯାହା ବିରୋଧୀ ଦଳଗୁଡ଼ିକ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି।ଆଗକୁ ୨୦୨୪ ନିର୍ବାଚନ। ଓଡ଼ିଶାରେ ପୁଣିଥରେ କ୍ଷମତା ଦଖଲ କରିବା ଲକ୍ଷ୍ୟରେ ବିଜେଡି ନିଜର ସାଙ୍ଗଠନିକ ଶକ୍ତିକୁ ବୃଦ୍ଧି କରିଚାଲିଛି।ନବୀନଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରି ସାରା ଦେଶରେ ରେକର୍ଡ ସୃଷ୍ଟି କରିବାକୁ ଦଳର ଯୋଜନା ରହିଛି। ୨୬ ବର୍ଷ ତଳେ ଗଠିତ ବିଜେଡି ଆଞ୍ଚଳିକ ଦଳ ଭାବେ ନିଜ ସ୍ଥିତିକୁ ମଜଭୁତ କରିଛି। ବିଜେଡି ଆଜି କେବଳ ଏକ ରାଜନୈତିକ ଦଳ ହୋଇ ରହିନି; ବରଂ ଏହା ସାମାଜିକ ଆନ୍ଦୋଳନର ରୂପ ନେଇ ଓଡ଼ିଶା ବାସୀଙ୍କ ନିକଟତର ହୋଇ ପାରିଛି। ୧୯୯୭ ମସିହା ଏପ୍ରିଲ ୧୭ରେ ବିଜୁବାବୁଙ୍କ ଦେହାନ୍ତ ପରେ ରାଜ୍ୟରେ ଅଣକଂଗ୍ରେସ ରାଜନୀତିର ନେତୃତ୍ବ ନେବାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା। ଠିକ୍ ଏହି ସମୟରେ ବିଜୁବାବୁଙ୍କ ନାମରେ ଦଳ ଗଠନ ଏବଂ ନବୀନ ପଟ୍ଟନାୟକଙ୍କ ଆବିର୍ଭାବ ରାଜ୍ୟ ରାଜନୀତିରେ ଅଣ କଂଗ୍ରେସ ନେତୃତ୍ବର ଶୂନ୍ୟସ୍ଥାନକୁ ପୂରଣ କଲା। ଏହାକୁ ମାନେ ପକାଇବା ପାଇଁ ଆଜି ରାଜ୍ୟରେ ପାଳିତ ହେଉଛି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ। ଆଜି ଏହି ପବିତ୍ର ଦିନରେ ଜିଲ୍ଲା ପରିଷଦ ଅଦକ୍ଷ ଶ୍ରୀ ମତିରାମ ନାୟାକଙ୍କ ସହ ଡାବୁଗାଁ ନିର୍ବାଚନ ମଣ୍ଡଳୀର ଅର୍ଥାତ ଡାବୁଗାଁ, ପାପଡାହାଣ୍ଡି ଏବଂ କସାଗୁମଡା ବ୍ଲକର ବରିଷ୍ଟ ବିଜେଡି ନେତା ମାନେ ଏବଂ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ବିଜୁପ୍ରେମୀ ଭାଇ ଭଉଣୀ ଏବଂ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |