ନୂଆବର୍ଷରେ ନୂଆ ମିଶନ୍ ଲଞ୍ଚ୍ କରିବ ISRO

ନୂଆଦିଲ୍ଲୀ,୨୬।୧୨:  ଖୁବଶୀଘ୍ର ଆଉ ଏକ ନୂଆ ମିଶନ୍ ଲଞ୍ଚ୍ କରିବା ପାଇଁ ଯୋଜନା କରୁଛି ଇସ୍ରୋ । ନୂଆବର୍ଷ ଅର୍ଥାତ୍ ଜାନୁୟାରୀ ୧ ତାରିଖରେ ଦେଶର ପ୍ରଥମ ଏକ୍ସ-ରେ ପୋଲାରିମିଟର ସାଟେଲାଇଟ(ଏକ୍ସପୋସେଟ୍) ଲଞ୍ଚ୍ ହେବ ବୋଲି ଜାଣିବାକୁ ମିଳିଛି । ଏହାଦ୍ୱାରା ବ୍ଲାକହୋଲ୍ ଏବଂ ନ୍ୟୁଟ୍ରନ ଷ୍ଟାର ଉପରେ ଅଧ୍ୟୟନ କରାଯିବ ।ଇସ୍ରୋ ଏ ନେଇ ସୂଚନା ଦେଇଛି ଯେ, ସକାଳ ୯.୧୦ ସମୟରେ ରକେଟ ସାହାଯ୍ୟରେ ଏକ୍ସପୋସେଟ୍ ମିଶନ୍ ପିଏସଏଲବି ଉଡ଼ାଣ ଆରମ୍ଭ କରିବ । ବ୍ରହ୍ମାଣ୍ଡର ୫୦ଟି ସବୁଠାରୁ ଅଧିକ ଉଜ୍ଜ୍ୱଳ ଉତ୍ସକୁ ଷ୍ଟଡି କରିବା ପାଇଁ ଲକ୍ଷ୍ୟ ରଖିଛି ଏକ୍ସପୋସେଟ୍ । ଏଥିରେ ପଲସର, ବ୍ଲାକ ହୋଲ୍ ଏକ୍ସ-ରେ ବିନେରୀ, ସକ୍ରିୟ ଗ୍ୟାଲେକ୍ଟିକ ନାଭିକ, ନ୍ୟୁଟ୍ରନ ତାରକା ଏବଂ ଗେର୍-ଥର୍ମାଲ ସୁପରନୋଭା ଅବଶେଷ ଇତ୍ୟାଦି ସାମିଲ ରହିଛି । ଏକ୍ସ-ରେ ଉତ୍ସକୁ ଧ୍ରୁବୀକରଣ ସମ୍ପର୍କରେ ତଥ୍ୟ ଏକତ୍ର କରିବା ପାଇଁ ପ୍ରସ୍ତୁତ କରାଯାଇଛି ଏହି ନୂଆ ମିଶନ୍ ଏକ୍ସପୋସେଟ୍ । ଏହି ଉପଗ୍ରହକୁ ୫ ବର୍ଷ ପାଇଁ ୫୦୦-୭୦୦ କି.ମି ପୃଥିବୀର ନିମ୍ନସ୍ତରରେ ରଖାଯିବ । ବିଶ୍ୱର ଦ୍ୱିତୀୟ ମିଶନ୍ ଭାବରେ ଏହି ମିଶନକୁ ଲଞ୍ଚ୍ କରିବ ଇସ୍ରୋ । ଏହାପୂର୍ବରୁ ନାସା ୨୦୨୧ ମସିହାରେ ଇମେଜିଙ୍ଗ ଏକ୍ସ-ରେ ପୋଲାରେମେଟ୍ରି ଏକ୍ସପ୍ଲୋରର ଲଞ୍ଚ୍ କରିଥିଲା ।ଇସ୍ରୋର ଏହି ନୂଆ ମିଶନ୍ ବ୍ରହ୍ମାଣ୍ଡ ସମ୍ବନ୍ଧରେ ମାନବ ସମାଜକୁ ନୂଆ ତଥ୍ୟ ଦେଇପାରିବ ବୋଲି ଆଶା କରାଯାଉଛି । ଏହ ସ୍ପେକ୍ଟ୍ରୋସ୍କୋପିକ୍ ଏବଂ ସମୟ ଡାଟାରେ ଡିଗ୍ରୀ ଏବଂ ପୋଲାରାଇଜେସନ୍ କୋଣ ସାମିଲ କରିବ । ଏହାଦ୍ୱାରା ସୌରମଣ୍ଡଳରେ ଉପସ୍ଥିତ ଗ୍ରହମାନଙ୍କ ବିଷୟରେ କିଛି ବିଶେଷ ସୂଚନା ପାଇବାର ଆଶା କରାଯାଉଛି, ଯାହା ଭବିଷ୍ୟତରେ ଖୁବ ସହାୟକ ହେବ । ଏହି ମିଶନକୁ ରମଣ ଅନୁସନ୍ଧାନ ପ୍ରତିଷ୍ଠାନ ଏବଂ ୟୁଆର ରାଓ ସାଟେଲାଇଟ୍ କେନ୍ଦ୍ରର ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!