ଟେନିସ ଖେଳାଳି ଦେବାଶିଷ ସାହୁଙ୍କୁ ମିଳିଲା ଏକଲବ୍ୟ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର,୨୭।୧୨ : ଏକଲବ୍ୟ କ୍ରୀଡ଼ା ପୁରସ୍କାର ଆଜି ଘୋଷଣା କରାଯାଇଛି । ତେବେ ଏହି ପୁରସ୍କାର ବିଜେତା ହୋଇଛନ୍ତି ଟେନିସ ଖେଳାଳି ଦେବାଶିଷ ସାହୁ । ଦେବାଶିଷ ଚଳିତ ବର୍ଷ ଏହି ପୁରସ୍କାର ବିଜେତା ହୋଇଛନ୍ତି । ତେବେ ପୁରସ୍କାର ସ୍ୱରୂପ ତାଙ୍କୁ ୫ ଲକ୍ଷ ଟଙ୍କା ସହିତ ଟ୍ରଫି ଏବଂ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଛି । ତାଙ୍କ ସହିତ ଅନ୍ୟ ୨ କ୍ରୀଡ଼ା ପ୍ରତିଭାଙ୍କୁ ମଧ୍ୟ ପ୍ରୋତସାହନମୂଳକ ରାଶି ପ୍ରଦାନ କରାଯାଇଛି । ଆଥଲେଟ ବାପି ହାଁସଦାଙ୍କୁ ମାନପତ୍ର ସହିତ ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଛି । ଏହା ସହିତ ଭାରୋତ୍ତଳନକାରୀ ଜ୍ୟୋତ୍ସ୍ନା ଶବରଙ୍କୁ ମଧ୍ୟ ଏକ ଲକ୍ଷ ଟଙ୍କା ଏବଂ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଛି ।ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ଚଳିତ ବର୍ଷର ଟେନିସ୍ ଖେଳାଳି ଦେବାଶିଷ ସାହୁଙ୍କୁ ମିଳିଛି ମର୍ଯ୍ୟାଦାଜନକ ଏକଲବ୍ୟ ପୁରସ୍କାର। ଭାରତର ପ୍ରମୁଖ ଫେରୋ ଆଲଏଜ୍ ଉତ୍ପାଦନକାରୀ କଂପାନି ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ ‘ଇମ୍ପାକ୍ଟ’ ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଜାତୀୟ ସ୍ତରର ବହୁ ପୁରସ୍କାର ସମାନ୍ତରାଳରେ ଏବେ ଏହା ଓଡ଼ିଶାର ସବୁଠୁ ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ। ଏହି ଭବ୍ୟ ସମାରୋହରେ କ୍ରିକେଟ ତାରକା ତଥା ୧୯୮୩ ବିଶ୍ୱ ବିଜେତା ଦଳର ଅନ୍ୟତମ ଖେଳାଳି ମଦନ ଲାଲ ମୁଖ୍ୟ ଅତିଥି ଓ ପୂର୍ବତନ ରଣଜୀ ଖେଳାଳି ତଥା NCA କୋଚ ପୱନ ଅଗ୍ରୱାଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଛନ୍ତି। ଇମ୍ପାକ୍ଟର ଟ୍ରଷ୍ଟି ତଥା ଚେୟାରମ୍ୟାନ ବୈଜୟନ୍ତ ପଣ୍ଡା ବିଚାରକ ମଣ୍ଡଳୀର ଅନ୍ୟାନ୍ୟ ସଦସ୍ୟମାନଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!