ନୂଆଦିଲ୍ଲୀ,୨୭।୧୨: ରେଡିଓ ଏବଂ ଟେଲିଭିଜନ କ୍ଷେତ୍ରରେ ସାର୍ବଜନୀନ ପ୍ରସାରଣରେ ସହଯୋଗ ବୃଦ୍ଧି ପାଇଁ ଭାରତ ଏବଂ ମାଲେସିଆ ମଧ୍ୟରେ ବୁଝାମଣାପତ୍ରକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛି। ଚଳିତ ବର୍ଷ ନଭେମ୍ବରରେ ପ୍ରସାର ଭାରତୀ ଏବଂ ରେଡିଓ ଟେଲିଭିଜନ ମାଲେସିଆ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହା ସହିତ ବିଭିନ୍ନ ଦେଶ ସହିତ ପ୍ରସାର ଭାରତୀର ମୋଟ ବୁଝାମଣାପତ୍ର ସଂଖ୍ୟା ୪୬କୁ ବୃଦ୍ଧି ପାଇଛି। ଏଥିରେ ସଂସ୍କୃତି, ଶିକ୍ଷା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କ୍ରୀଡା, ସମ୍ବାଦ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟକ୍ରମ ଆଦାନପ୍ରଦାନ ଅନ୍ତର୍ଭୁକ୍ତ।କେନ୍ଦ୍ର ମୋଦି ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନଡ଼ିଆ ପାଇଁ ସରକାର ଏମ୍ଏସ୍ପି ସ୍ଥିର କରିଛନ୍ତି। ଏହା ବ୍ୟତୀତ ବିହାରର ଦିଘା ଏବଂ ସୋନପୁର ମଧ୍ୟରେ ଗଙ୍ଗା ଦେଇ ୬ ଲେନ୍ ବ୍ରିଜ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ୨୦୨୪ ବର୍ଷ ପାଇଁ ଏମ୍ଏସ୍ପି ସ୍ଥିର କରାଯାଇଛି। ଚାଷୀଙ୍କ ଆର୍ଥିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହା କରାଯାଇଛି। ସାରା ବିଶ୍ୱରେ ନଡ଼ିଆ ଦର ହ୍ରାସ ପାଇଛି। ୨୦୨୩ ସୁଦ୍ଧା ମିଲିଂ କୋପ୍ରାର ସ୍ଥିର ଏମ୍ଏସ୍ପି କୁଇଣ୍ଟାଲ ପିଛା ୩୦୦ ଟଙ୍କା ଏବଂ ହେୟାର କପ୍ରା ପ୍ରତି କ୍ୱିଣ୍ଟାଲ ୨୫୦ ଟଙ୍କା ବୃଦ୍ଧି କରାଯାଇଛି।
ଅନୁରାଗ ଠାକୁର କହିଛନ୍ତି, ବିହାରର ଦିଘା ଏବଂ ସୋନପୁର ଜିଲା ମଧ୍ୟରେ ଗଙ୍ଗା ନଦୀରେ ୬ ଲେନ୍ ବିଶିଷ୍ଟ କେବୁଲ ବ୍ରିଜ ନିର୍ମାାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ୪୨ ମାସ ମଧ୍ୟରେ ଶେଷ ହେବ। ଏହି ବ୍ରିଜ୍ ତଳେ ବଡ଼ ଜାହାଜ ମଧ୍ୟ ସହଜରେ ଯାଇପାରିବ।ଅନୁରାଗ ଠାକୁର କହିଛନ୍ତି, ତ୍ରିପୁରା ଏବଂ ଆସାମକୁ ନେଇ ବହୁତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସଡ଼କ ଏବଂ ପରିବହନ ମନ୍ତ୍ରଣାଳୟ ସହ ଜଡିତ ନିଷ୍ପତ୍ତି ନିଆଯାଇଛି, ଯାହା ତ୍ରିପୁରା ଏବଂ ଆସାମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଖୋୱାଇରୁ ହରିନା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟକୁ ଅନୁମୋଦନ କରାଯାଇଛି। ୨୪୮୭ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହି କାର୍ଯ୍ୟ ୨୫ ମାସ ମଧ୍ୟରେ ଶେଷ ହେବ।ସେ କହିଛନ୍ତି ଯେ, ଏହି ପ୍ରକଳ୍ପ ଶେଷ ହେବା ପରେ ଆସାମ ଏବଂ ତ୍ରିପୁରା ମଧ୍ୟରେ ପରିବହନ ସହଜ ହେବ। ଉତ୍ତର ତ୍ରିପୁରାକୁ ଦକ୍ଷିଣ ତ୍ରିପୁରା ସହିତ ସଂଯୋଗ କରିବାର ଏହା ଏକ ପ୍ରୟାସ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |