ଓଜେଏସ୍ ପରୀକ୍ଷା ଶୁଶ୍ରିତା ମିଶ୍ର ଟପ୍ପର

ଭୁବନେଶ୍ୱର,୨୭ା୧୨: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ(ଓଜେଏସ୍‌) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ ୫୫ଜଣ କୃତକାର୍ଯ୍ୟ ହୋଇଛନ୍ତି ଓ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୮ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ଶୁଶ୍ରିତା ମିଶ୍ର ଟପ୍ପର ହୋଇଛନ୍ତି ।ଓପିଏସସି ପକ୍ଷରୁ ଜାରି ସୂଚନା ଅନୁସାରେ, ମୋଟ୍ କୃତକାର୍ଯ୍ୟ ୫୫ଜଣଙ୍କ ମଧ୍ୟରୁ ୩୯ଜଣ ମହିଳା ବା ଝିଅ । ପ୍ରଥମ ୧୦ଜଣରେ ମାତ୍ର ୨ଜଣ ପୁଅ ଥିବାବେଳେ ୮ଜଣ ଝିଅ ଅଛନ୍ତି । ପ୍ରଥମ ୧୦ଜଣଙ୍କ ମଧ୍ୟରେ ଯେଉଁମାନେ ରହିଛନ୍ତି ସେମାନେ ହେଲେ ଶୁଶ୍ରିତା ମିଶ୍ର, ନିଲିଶା ପଟ୍ଟନାୟକ,ଅନନ୍ୟା ମିଶ୍ର, ରାଣୀ ରଞ୍ଜିତା ପଟ୍ଟନାୟକ, ଲୋପାମୁଦ୍ରା ଆଚାର୍ଯ୍ୟ, ହର୍ଷିତା ମିଶ୍ର, ପ୍ରଜ୍ଞାସୁମନ ମହାପାତ୍ର, ଏସଆର ତୋଷାଳୀ, ସତ୍ୟଜିତ୍ ପାଣି ଓ ଲଳିତେନ୍ଦୁ ଦ୍ୱିବେଦୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!