ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ପରାସ୍ତ ହେବା ଫଳରେ ୨୦୨୩-୨୫ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ପଏଣ୍ଟ ଟେବୁଲରେ ଭାରତ ତଳକୁ ଖସିଆସିଥିବା ବେଳେ ପାକିସ୍ତାନ ଉପରକୁ ଉଠିଛି । ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ଦକ୍ଷିଣ ଆଫ୍ରିକା ୧୨ ପଏଣ୍ଟ ଓ ୧୦୦ ପଏଣ୍ଟସ ପରସେଣ୍ଟ ସିଷ୍ଟମ (ପିସିଟି) ସହ ଟପରେ ରହିଛି । ଅନ୍ୟପକ୍ଷରେ ପାକିସ୍ତାନ ୨୨ ପଏଣ୍ଟ ଓ ୬୧.୧୧ ପିସିଟି ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୧୨ ପଏଣ୍ଟ ଓ ୫୦ ପିସିଟି ସହ ତୃତୀୟ ସ୍ଥାନରେ ରହିଛି । ବାଂଲାଦେଶ ୧୨ ପଏଣ୍ଟ ଓ ୫୦ ପିସିଟି ସହ ଚତୁର୍ଥ ସ୍ଥାନରେ ଓ ଭାରତ ୧୬ ପଏଣ୍ଟ ଓ ୪୪.୪୪ ପିସିଟି ସହ ପଞ୍ଚମ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ୩୦ ପଏଣ୍ଟ ଓ ୪୧.୬୭ ପିସିଟି ସହ ଷଷ୍ଠ ସ୍ଥାନରେ ରହିଛି ।ଅନ୍ୟ ଟିମଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜ ୪ ପଏଣ୍ଟ ଓ ୧୬.୬୭ ପିସିଟି ସହ ୭ମ ସ୍ଥାନରେ ରହିଥିବା ବେଳେ ୯ ପଏଣ୍ଟ ଓ ୧୫ ପିସିଟି ସହ ଇଂଲଣ୍ଡ ୮ମ ସ୍ଥାନରେ, ଶ୍ରୀଲଙ୍କା କୌଣସି ପଏଣ୍ଟ ଓ ପିସିଟି ନପାଇ ୯ମ ସ୍ଥାନରେ ରହିଛି । ଟପ ଦୁଇଟି ସ୍ଥାନରେ ରହିଥିବା ଟିମ୍ ଆଗାମୀ ଡବ୍ଲ୍ୟୁଟିସି ଫାଇନାଲ ଖେଳିବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |