ଭୁବନେଶ୍ବର : ରାଜ୍ୟରେ ଶୁକ୍ରବାର ଏବଂ ଶନିବାର ସକାଳ ଯାଏଁ ୧୬ ଜିଲାକୁ ଘନକୁହୁଡ଼ି ପାଇଁ ସତର୍କତା ଜାରି ହୋଇଛି। ଗରୁବାର ରାଉରକେଲାରେ ଅତି ଘନକୁହୁଡ଼ି ଦୃଶ୍ୟମାନ ହୋଇଛି। ଫୁଲବାଣୀ, ନୟାଗଡ଼, କଟକ ଏବଂ କୋରାପୁଟରେ ଘନ କୁହୁଡ଼ି ଦେଖାଯାଇଛି। ଏଠାରେ ଦୃଶ୍ୟମାନ ଦୂରତା ୨୦୦ ମିଟର ରହିଥିଲା। ଫଳରେ ଏହିସବୁ ସ୍ଥାନରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା।ଶୁକ୍ରବାର ପର୍ଯ୍ୟନ୍ତ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଏବଂ କୋରାପୁଟ ଜିଲାର ଗୋଟିଏରୁ ଦୁଇଟି ସ୍ଥାନକୁ ଘନକୁହୁଡ଼ି ନେଇ ହଳଦିଆ ସତର୍କତା ଜାରି କରାଯାଇଛି। ସେହିପରି ଶୁକ୍ରବାରରୁ ଶନିବାର ସକାଳ ପର୍ଯ୍ୟନ୍ତ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,ଗଜପତି, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଏବଂ କୋରାପୁଟ ପ୍ରଭୃତି ୧୬ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନକୁହୁଡ଼ି ପାଇଁ ସତର୍କତା ଜାରି ହୋଇଛି। ଆସନ୍ତା ୪ ତାରିଖ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |