ଇସ୍ଲାମାବାଦ : ପାକିସ୍ତାନ ଦେଶରେ ଇଂରାଜୀ ନବବର୍ଷ ପାଳନ କରାଯିବ ନାହିଁ ବୋଲି ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନ୍ୱାରୁଲ୍ ହକ୍ କାକର୍ ନିଷେଧାଜ୍ଞା ଜାରି କରିଛନ୍ତି । ଏପର୍ଯ୍ୟନ୍ତ ଇସ୍ରାଏଲୀୟ ସେନାଦ୍ବାରା ୨୧,୦୦୦ରୁ ଊର୍ଦ୍ଧ୍ବ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଲାଣି। ଅକ୍ଟୋବର ୭ରୁ ମୋବାବର୍ଷଣ ଆରମ୍ଭ କରି ପ୍ରାୟ ୯୦୦୦ ପିଲାଙ୍କୁ ହତ୍ୟା କରିଥିବା ଇସ୍ରାଏଲ୍ ହିଂସା ଓ ଅବିଚାରର ସମସ୍ତ ସୀମା ଉଲ୍ଲଂଘନ କରିଗଲାଣି। ଗାଜା ଓ ୱେଷ୍ଟ୍ବ୍ୟାଙ୍କ୍ରେ ନିରୀହ ଶିଶୁ ଓ ନିରସ୍ତ୍ର ପାଲେଷ୍ଟିନୀୟଙ୍କ ସଂହାର ଘଟଣାରେ ସମଗ୍ର ପାକିସ୍ତାନୀ ଜାତି ଓ ମୁସଲ୍ମାନ ବିଶ୍ବ ଭୀଷଣ ବିବ୍ରତ ହୋଇପଡ଼ିଛନ୍ତି ବୋଲି ସେ କହିଛନ୍ତି । ପାଲେଷ୍ଟାଇନ୍ର ସାଙ୍ଘାତିକ ପରିସ୍ଥିତି ପ୍ରତି ଧ୍ୟାନ ଦେଇ ଆମ ପାଲେଷ୍ଟିନୀୟ ଭାଇଭଉଣୀଙ୍କ ପ୍ରତି ଅନୁକମ୍ପା ଓ ସମର୍ଥନ ବ୍ୟକ୍ତ କରିବା ଲାଗି ନବବର୍ଷ ଉପଲକ୍ଷେ କୌଣସି କାର୍ଯ୍ୟକ୍ରମ ଆୟୋଜନ ଉପରେ ସରକାର କଡ଼ା ନିଷେଧାଜ୍ଞା ଜାରି କରିବେ ବୋଲି ସେ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |