ଅଯୋଧ୍ୟା ଧାମ ଜଙ୍କସନ ରେଳ ଷ୍ଟେସନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଉତ୍ତରପ୍ରଦେଶ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଅଯୋଧ୍ୟାରେ ଅଯୋଧ୍ୟା ଧାମ ଜଙ୍କସନ’ ରେଳ ଷ୍ଟେସନ ର ଉଦଘାଟନ କରିବେ। ଏହି । ଶ୍ରୀ ମୋଦୀ ନୂତନ ଅମୃତ ଭାରତ ଟ୍ରେନ୍ ଏବଂ ବନ୍ଦେ ଭାରତ ଟ୍ରେନର ମଧ୍ୟ ଶୁଭାରମ୍ଭ କରିବେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଅନ୍ୟ କେତେକ ରେଳ ପ୍ରକଳ୍ପକୁ ଉତ୍ସର୍ଗ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ମଧ୍ୟ ନୂତନ ଭାବେ ନିର୍ମିତ ଅଯୋଧ୍ୟା ବିମାନବନ୍ଦରର ଉଦଘାଟନ କରିବେ। ଏକ ସାଧାରଣ କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ ୧୫ ହଜାର ୭୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏଥିରେ ଅଯୋଧ୍ୟା ତଥା ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୧ ହଜାର ୧୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଏବଂ ଉତ୍ତରପ୍ରଦେଶର ଅନ୍ୟାନ୍ୟ ପ୍ରକଳ୍ପ ସହିତ ପ୍ରାୟ ୪ ହଜାର ୬୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଅନ୍ତର୍ଭୁକ୍ତ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!