ବିିଳମ୍ବରେ ଆସିଲେ ବନ୍ଦ ହେବ ଦରମା

ଭୁବନେଶ୍ୱର: ଅଫିସ୍‌କୁ ବିଳମ୍ବରେ ଆସିଲେ  କର୍ମଚାରୀଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର ମହାନଗର ନିଗମ ନେଇଛି ଏହି ବଡ ନିଷ୍ପତ୍ତି । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦରମା କଟାଯିବ । କର୍ମଚାରୀଙ୍କ ଉପରେ ନଜର ରଖିବେ ବରିଷ୍ଠ ଅଧିକାରୀ । ବିଏମସି ପକ୍ଷରୁ ଆଜି ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।ବିଏମସି ପକ୍ଷରୁ ଜାରି ନୋଟିସ୍‌ରେ କୁହାଯାଇଛି ୯ଟା ୪୫ରୁ ୧୦ଟା ୧୫ ମଧ୍ୟରେ ଅଫିସ୍‌ରେ ପହଞ୍ଚିବାକୁ ପଡିବ । ଅଧିକରୁ ଅଧିକ ୧୫ ମିନିଟ୍ କୋହଳ କରାଯିବ । ଜରୁରୀକାଳୀନ କ୍ଷେତ୍ରରେ ସମୟସୀମା କୋହଳ କରାଯିବ । ବିଳମ୍ବରେ ଆସିଲେ ତତକ୍ଷଣାତ୍ ଛୁଟୀ ଘୋଷଣା କରାଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!