କଟକ-ଚାନ୍ଦବାଲି ରାସ୍ତାରେ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଲେଖାଏଁ ସହାୟତା ରାଶି

ଭୁବନେଶ୍ୱର,୨।୧ : କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା ନିକଟ କଳାପୋଲ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି କଟକ ଚାନ୍ଦବାଲି ରାସ୍ତା ର ନିଶ୍ଚିନ୍ତକୋଇଲି ଠାରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।ଏହି ଦୁର୍ଘଟଣାରେ ନଅ ଜଣ ଗୁରୁତର ଆହତ ହୋଇଛନ୍ତି. ଆହତ ବ୍ୟକ୍ତି ମାନଙ୍କୁ କଟକ SCB ମେଡିକାଲ କଲେଜ ରେ ଭର୍ତି କରାଯାଇଛି. ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।କଟକ ଚାନ୍ଦବାଲି ରାସ୍ତାରେ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ମନୋରମା ବସ୍ ଏକ ଦଶ ଚକିଆ ଟ୍ରକକୁ ଧକ୍କା ଦେଇଛି । ଏଥିରେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ପ୍ରାୟ ୨୦ ଜଣ ଯାତ୍ରୀ ଗୁରୁତର ଥିବା ସୂଚନା ମିଳିଛି । ବସ ଡ୍ରାଇଭର ଓ ହେଲପରଙ୍କ ଅବସ୍ଥା ଗୁରୁତର ରହିଛି । ବସରେ ସମୁଦାୟ ୬୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଉଦ୍ଧାରକାର୍ଯ୍ୟରେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୋଲିସ ନିୟୋଜିତ ଅଛନ୍ତି । ଘନ କୁହୁଡ଼ି ପାଇଁ ଏପରି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି । ତେବେ ସମସ୍ତ ଆହତଙ୍କୁ ନିଶ୍ଚିନ୍ତକୋଇଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଦୁର୍ଘଟଣାଗ୍ରସ୍ତ ବସରେ ଫସିରହିଛନ୍ତି ଆଉ ୨ଜଣ । ସେମାନଙ୍କୁ ବସ ଭିତରେ ଅକ୍ସିଜେନ ଯୋଗାଇ ଦିଆଯାଉଛି । ଗ୍ୟାସ୍ କଟର ଯୋଗେ ଚାଲିଛି ଉଦ୍ଧାର କାର୍ଯ୍ୟ । ଟ୍ରକ ଡ୍ରାଇଭର ମଧ୍ୟ ଫସି ରହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!