ଅଯୋଧ୍ୟାରୁ ଶ୍ରୀକ୍ଷେତ୍ରକୁ ଆସିଲା ନିମନ୍ତ୍ରଣ

ପୁରୀ ,୨।୧:ପୌଷ ମାସ ଦ୍ୱାଦଶୀ ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ସ୍ଥାନରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ସମ୍ପନ୍ନ କରାଯିବ। ସେଥିପାଇଁ ଆଜି ଅଯୋଧ୍ୟାରୁ ଶ୍ରୀକ୍ଷେତ୍ରକୁ ଆସିଛି ନିମନ୍ତ୍ରଣ ପତ୍ର। ମହୋତ୍ସବରେ ମଠ ମହନ୍ତ ଓ ସେବାୟତଙ୍କୁ ଆମନ୍ତ୍ରଣ କରାଯାଇଛି। ଚିଠି ପାଇବା ପରେ ମଠ ମହନ୍ତ ଓ ସେବାୟତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି।ଜାନୁଆରୀ ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା କରାଯିବ। ନିମନ୍ତ୍ରଣ ପତ୍ର ସହିତ ଶ୍ରୀଜଗନ୍ନାଥଙ୍କ ପାଖକୁ ଆସିଛି ଗୁଆ, ନଡ଼ିଆ, ପାନ, ପଇତା ଓ ବସ୍ତ୍ର।  ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ୍‌ ହେବା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ସେବକ ଛତିଶା ନିଯୋଗ ନାୟକଙ୍କ ପାଖକୁ ମଧ୍ୟ ଆସିଛି ନିମନ୍ତ୍ରଣ। ୨୨ ତାରିଖରେ ହେବାକୁ ଥିବା ସମାରୋହରେ ଯୋଗଦେବା ପାଇଁ ଅନରୋଧ କରାଯାଇଛି।ଅଯୋଧ୍ୟାରୁ ଶ୍ରୀକ୍ଷେତ୍ରକୁ ଆସିଲା ନିମନ୍ତ୍ରଣ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମହାପ୍ରଭୁଙ୍କୁ ଡାକରା । ଆଜି ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଛି ଅଯୋଧ୍ୟା ଶ୍ରୀରାମ ମନ୍ଦିରରୁ ନିମନ୍ତ୍ରଣ ପତ୍ର । ଯେଉଁଥିରେ ୨୨ ତାରିଖର କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ତଥ୍ୟ ରଖାଯାଇଛି । ୨୨ ତାରିଖରେ ଘରେ ଘରେ ହନୁମାନ ଚାଳିସା ପାଠ କରିବା ସହ ଶ୍ରୀରାମଙ୍କ ନାମ ଜାପ କରିବାକୁ କୁହାଯାଇଛି । ଏବେ ଶ୍ରୀକ୍ଷେତ୍ରକୁ ନିମନ୍ତ୍ରଣ ଆସିବା ପରେ ଖୁସିର ମାହୋଲ୍ ଖେଳି ଯାଇଛି ।ଅଯୋଧ୍ୟା ରାମ ମନ୍ଦିର ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଦିନ ଯେତିକି ପାଖଉଛି, ଉତ୍କଣ୍ଠା ସେତିକି ବଢ଼ୁଛି । ଆସନ୍ତା ୨୨ ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇ ସାରିଛି । ଏଥିପାଇଁ ଜୋରଦାର କାମ ମଧ୍ୟ ଆଗେଇ ଚାଲିଛି । କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ପାଖାପାଖି ୭୦୦୦ ଲୋକଙ୍କୁ ନିମନ୍ତ୍ରଣ ଦିଆ ଯାଇଛି । ସେମାନଙ୍କ ମଧ୍ୟରେ ଦେଶର ଅନେକ ବଡ଼ ବଡ଼ ଲୋକ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭଗତଙ୍କ ସମେତ ୩୦୦୦ ଭିଭିଆଇପିଙ୍କୁ ନିମନ୍ତ୍ରଣ ମିଳିଛି ।ଏହା ଛଡ଼ା ପୁରା ଦେଶରୁ ୪୦୦୦ ସାଧୁ ସନ୍ଥଙ୍କୁ ମଧ୍ୟ ଡକା ଯାଇଛି । ନିମନ୍ତ୍ରଣ କରାଯାଇଥିବା ଅତିଥିଙ୍କ ତାଲିକାରେ ଖେଳ ଓ ଅଭିନୟ ଜଗତରୁ ମଧ୍ୟ ଅନେକଙ୍କୁ ନିମନ୍ତ୍ରଣ ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!