ଓଡ଼ିଶାରେ ପୂରଣ ହେବ ୧୩୭୫ ପଦବୀ

ଭୁବନେଶ୍ୱର,୨।୧:ରାଜ୍ୟରେ ୧୩୭୫ଟି ପିଜିଟି (Post Graduate Teacher) ଶିକ୍ଷକ ପଦବୀ ଫାଙ୍କା ପଡ଼ିଛି। ଏଥିନିମନ୍ତେ ରାଜ୍ୟ ସରକାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହା ବର୍ତ୍ତମାନ ଚାଲୁ ରହୁଛି। ଆବେଦନର ଶେଷ ତାରିଖ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଓପିଏସ୍‌ସିର ଅଫିସିଆଲ ୱେବସାଇଟ www.opsc.gov.in.ରେ ଏହି ଆବେଦନ କରି ପାରିବେ। ସମୁଦାୟ ପଦବୀ ସଂଖ୍ୟା-୧୩୭୫ ଥିବାବେଳେ ମହିଳା ସଂରକ୍ଷଣ ପଦ -୪୬୧ ରହିଛି।   ଓଡ଼ିଶା ଜନସେବା ଆୟୋଗ(OPSC) PGT ବା ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି।ମୋଟ୍ ୧୩୭୫ ଖାଲି ପଦବୀ ପୂରଣ ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କେବଳ ଅନଲାଇନ୍ ପ୍ରକ୍ରିୟାରେ ହେବ।ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OPSCର ଅଫିସିଆଲ୍ ୱେବ୍‌ସାଇଟ୍‌  କୁ ଯାଇ ଆବେଦନ କରିପାରିବେ ଏବଂ ଏଠାରେ  ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିପାରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!