ନୂଆଦିଲ୍ଲୀ,୩।୧: ରାଜଧାନୀ ଦିଲ୍ଲୀରେ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳୁଛି ବିଲଡିଂ । ବୱାନା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି । ଏକ ଫାକ୍ଟ୍ରିରେ ଲାଗିଛି ନିଆଁ ଲାଗିଥିବାର ସୂଚନା ମିଳିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଯେ ନିଆଁ ଲିଭାଇବା କଷ୍ଟସାଧ୍ୟ ହୋଇପଡ଼ିଛି । ଘଟଣାସ୍ଥଳରେ ୨୫ଟି ଦମକଳ ବାହିନୀ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏଥିରେ କେହି ମୃତାହତ ହୋଇଥିବାର ସୂଚନା ମିଳି ନ ଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି ।ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧ଟା ୪୦ ମିନିଟ୍ରେ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ସୂଚନା ପାଇଥିଲୁ। ଏହାପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲୁ। ତେବେ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଥିବା ବେଳେ ଏହା ଆଖପାଖ ଅଞ୍ଚଳକୁ ବ୍ୟାପିବାକୁ ଲାଗିଲା। ତେଣୁ ତୁରନ୍ତ ନିଆଁ ଲିଭା କାର୍ଯ୍ୟରେ ୨୫ଟି ଦମକଳ ଗାଡ଼ିକୁ ନିୟୋଜିତ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |