ଗୁଆହାଟୀ,୩।୧: ବୁଧବାର ଆସାମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ୪୫ ଜଣଙ୍କୁ ନେଇ ଯାଉଥିବା ଏକ ବସ୍ ଡେରାଗାଓଁରେ ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏଥିସହ ୨୭ ଜଣ ଗୁରୁତର ଆହତ ହୋଇଛନ୍ତି। ନୂଆବର୍ଷ ଅବସରରେ ଅଧିକାଂଶ ଲୋକ ଏବେ ପିକନିକ୍ ମନାଇବାରେ ବ୍ୟସ୍ତ ରହିଥିବା ବେଳେ ଏହି ଅବସରରେ ବିଭିନ୍ନ ସଡ଼କ ଦୁର୍ଘଟଣା ଘଟୁଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ବସ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୧୪ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏଥିସହିତ ୨୭ ଜଣ ଗମ୍ଭୀର ଭାବେ ଆହତ ହୋଇଥିବା ଜଣାପଡ଼ିଛି । ବଣଭୋଜି ଖାଇ ପାରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।ସୂଚନା ମୁତାବକ, ଆସାମରୁ ଆସିଛି ଏଭଳି ଏକ ଦୁଃଖଦ ଘଟଣା । ରାଜ୍ୟର ଗୋଲାଘାଟ ଜିଲ୍ଲାରେ ଏପରି ଏକ ବଡ଼ ଧରଣର ଅଘଟଣ ଘଟି ୧୪ ଜଣଙ୍କ ଜୀବନ ଚାଲିଯାଇଛି । ଏଥିସହିତ ୨୭ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସକାଳ ୫ଟା ସମୟରେ ମାର୍ଘେରିଟାରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ସହିତ ବସର ଧକ୍କା ହୋଇଥିଲା । ଘଟଣା ପରେ ରେସକ୍ୟୁ ଟିମ୍ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା ।ଆଗକୁ ମୃତକଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି । ଖବର ପୋଲିସ ଓ ପ୍ରଶାସନିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |