ଅନ୍ୟାୟ ଧର୍ମାନ୍ତରଣ କରୁଥିବା ଖ୍ରୀଷ୍ଟ ଧର୍ମ ପ୍ରଚାରକ ମାନଙ୍କ ବିରୋଧରେ ଡାବୁଗାଁ ଥାନା ରେ ଏତଲା

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୩।୧: ଡାବୁଗାଁ ଅଞ୍ଚଳରେ ଅନୈତିକ ଭାବେ ଧର୍ମାନ୍ତରଣ ଉଦ୍ୟମ ଦିନକୁ ଦିନ ଅଧିକ ହେବାରେ ଲାଗିଛି। ଏହାକୁ ନେଇ ଗତ ୨୦ ଡ଼ିସେମ୍ବର ୨୦୨୩ରେ ଡାବୁଗାଁ ମୁଖ୍ୟ ଛକ ରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରାୟ ୨୦ ଜଣ ଯୁବକ ଆସି ରାସ୍ତା ଉପରେ ହିନ୍ଦୁ ଧର୍ମ ବିରୋଧରେ ପ୍ରଚାର ପତ୍ର ବଣ୍ଟନ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ମନା କରିବା ପରେ ସେମାନେ ସ୍ଥାନୀୟ ଲୋକମାନଙ୍କୁ ନବରଙ୍ଗପୁର ଆସିଲେ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି। ନିଆଁ ଲଗାଇ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ହିନ୍ଦୁ ପକ୍ଷର ଲୋକ ମାନେ ସ୍ଥାନୀୟ ପୋଲିସ କୁ ଡାକି ଘଟଣା ବିଷୟରେ ଅବଗତ କରାଇ ଥିଲେ । ପରେ ହିନ୍ଦୁ ଧର୍ମ ବିରୋଧରେ ଅପ ପ୍ରଚାର କରୁଥିବା ଚାରି ପାଞ୍ଚ ଜଣକୁ ପୋଲିସ ସେଠାରୁ ନେଇ ଗଲେ, ଅନ୍ୟମାନେ ପୋଲିସ ଆସିବା ଦେଖି ଅନ୍ୟତ୍ର ଚାଲିଗଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ଏତଲା ଡାବୁଗାଁ ଥାନା ଭାର ପ୍ରାପ୍ତ ଅଧିକାରୀ ଙ୍କୁ ଆଜି ପ୍ରଦାନ କରା ଯାଇଛି। ଏତଲା ଦେବା ସମୟରେ ଦିବ୍ୟ ରଞ୍ଜନ ପାତ୍ର, ଜୟନ୍ତ କୁମାର ପାତ୍ର, ଗୋବିନ୍ଦ ଗୋପାଳ ଅଗ୍ରୱାଲ, ଭଗବାନ ମହାନ୍ତି, ଶୁଭଜିତ ପାଣିଗ୍ରାହୀ, ଅଶୋକ ପାତ୍ର, ଶ୍ୟାମସୁନ୍ଦର କବିରାଜ, କୃପା ରାମ ସାହୁ, ବାଳକୃଷ୍ଣ ପଟ୍ଟନାୟକ, କ୍ରିଷ୍ଣା ସାହୁ, ହିତେନ୍ଦ୍ର ସିଂ, ବିଶ୍ଵଜିତ ବୈଠାରୁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!