ରାଜଧାନୀରେ ଜାନୁଆରୀ ୬ରୁ ଶିଶିର ସରସ ମେଳା

ଭୁବନେଶ୍ୱର,୪।୧: ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ଶିଶିର ସରସ ମେଳା। ଜାନୁଆରୀ ୬ ତାରିଖରୁ ଆରମ୍ଭ ହେବ ଶିଶିର ସରସ-୨୦୨୪ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ୱାରା ଆୟୋଜନ ହେବାକୁ ଥିବା ଜାତୀୟ ସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ଏହି ମେଳା ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଅନୁଷ୍ଠିତ ହେବ । ଏହା ଜାନୁଆରୀ ୬ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଜାତୀୟସ୍ତରୀୟ ମେଳାରେ ମୋଟ ୪୦୦ଟି ଷ୍ଟଲ ଖୋଲାଯିବ ।ଚଳିତ ମାସ ୬ ତାରିଖରୁ ବରମୁଣ୍ଡା ବିଜୁ ଟ୍ଟନାୟକ ପଡ଼ିଆରେ ଏହି ମେଳା ଆରମ୍ଭ ହବେ। ଦୀର୍ଘ ୧୦ ଦିନ ଧରି ଏହି ମେଳା ଚାଲିବ। ଚଳିତବର୍ଷ ୪୦୦ରୁ ଊର୍ଦ୍ଧ୍ବ ଷ୍ଟଲ୍‌‌ ଖୋଲାଯିବା ନେଇ ସୂଚନା ରହିଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଭଲ ଦି ପଇସା ରୋଜଗାର ନେଇ ଆଶା ରଖିଛନ୍ତି ବ୍ୟବସାୟୀ। କେବଳ ବାହାର ରାଜ୍ୟର ବ୍ୟବସାୟୀ ନୁହଁନ୍ତି, ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ବହୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟ ଏଥିରେ ସାମିଲ ହେବେ। ଲୋକଙ୍କ ପ୍ରବଳ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଫୁଡ୍ କୋର୍ଟ, ସେଲ୍ଫି ପଏଣ୍ଟ , ଓରମାସ ଷ୍ଟଲରେ ବିଭିନ୍ନ ଘରକରଣା ଜିନିଷ ଲୋକଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିବ। ଦର୍ଶକଙ୍କ ମନୋରଞ୍ଜନ ଲାଗି ଓନ କୁଇଜ୍‌‌, ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ପ୍ରଖ୍ୟାତ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!