ନବରଙ୍ଗପୁର ( ମିହିର ଶଙ୍କର ପାତ୍ର),୪।୧;-କିଛି ବର୍ଷ ପୂର୍ବେ ଘର ଅଗଣାରେ ଧାନ, ମାଣ୍ଡିଆ ସୁଖେଇଲେ ଜଣେ ଲୋକ ବାଡ଼ି ଟିଏ ଧରି ଜଗିବାକୁ ପଡୁଥିଲା lକାଳେ ଘରଚଟିଆ ଆସି ଖାଇଯିବେ ଶୁଖେଇ ଥିବା ଶସ୍ୟକୁ କିନ୍ତୁ ଏବେ ବିଲୁପ୍ତ ହେବାକୁ ବସିଲେଣି ଘରଚଟିଆ ଆଉ ଶୁଭୁନି କିଚିରି ମିଚିରି ଡାକ ।ଆମସମାଜ ତଥା ଚାଷୀର ପରମବନ୍ଧୁ ଭାବେ ବେସ ଜଣାଶୁଣା ଏହି ପକ୍ଷୀ ଗାଁ ଗାଁରେ ଆଉ ଦେଖିବାକୁ ମିଳୁନାହିଁ ।ଘରଚଟିଆଙ୍କ ରହଣିସ୍ଥଳ ଗାଁ ଗାଁରେ ଥିବା ଚାଳଘର ଏବେ ଆଉ ନାହିଁ । ଚ|ଳଘର ଗୁଡିକ ନଥିବା କାରଣରୁ ଏହି ପକ୍ଷୀ ଏବେ ଆଉ ଗାଁ ଗହଳିରେ ଦେଖାଯାଉ ନାହାନ୍ତି ଏହା ମଧ୍ୟ ବିଲୁପ୍ତ ହେବାର ଗୋଟିଏ ମୁଖ୍ୟ କରଣ ବୋଲି କହିଲେ ଚଳେ । ସେହିପରି ସବୁଆଡେ କଂକ୍ରିଟ ଜଙ୍ଗଲ ଓ ପରିବେଶ ତାର ସନ୍ତୁଳନ ହରାଇବା ମଧ୍ୟ ଅନ୍ୟ ଏକ କାରଣ । ଗ୍ରାମବାସୀଙ୍କ କହିବା ଅନୁଯାୟୀ ସଚେତନତା ଅଭାବରୁ ଘର ଚଟିଆଙ୍କ ବଂଶ ବୃଦ୍ଧି ହୋଇପାରୁ ନାହିଁ । ଘରଚଟିଆ ଗୋଟିଏ ଛୋଟିଆ ପକ୍ଷୀ ହୋଇଥିଲେ ମଧ୍ୟ ଲୋକଙ୍କ ମନରେ ବେଶ ଖୁସି ଉନ୍ମାଦନା ସୃଷ୍ଟି କରିଥାଏ ।କିଚିରି ମିଚିରି ଶବ୍ଦ କରି ଘର ଚାରି ପାଖେ ବୁଲିବା ସହ ଘରର ଚାଳରେ ଘରଚଟିଆ ବସା ବାନ୍ଧିଥାଏ ।ଲୋକଙ୍କ ସହ ସତେ ଯେମିତି ତାର ସମ୍ପର୍କ ରହିଛି ସେଥିପାଇଁ ତ ବଣ ଜଙ୍ଗଲରେ ନରହି ନଡା ଛପର ଘର ମାନଙ୍କରେ ଏମାନେ ବସା ବାନ୍ଧିଥାନ୍ତି । ସମୟର ପରିବର୍ତ୍ତନ ସାଙ୍ଗକୁ ସବୁ କିଛି ବଦଳି ଗଲାଣି । ଲୋକଙ୍କ ଚଳଣି ସହ ବାସଗୃହ ମଧ୍ୟ ବଦଳିଗଲାଣି ।ମୋବାଇଲ ଯୁଗ କଚ୍ଚା ଘରକୁ ସରକାର ପକ୍କା ଘର କରି ଲୋକଙ୍କୁ ଯୋଗାଇ ଦେଉଛନ୍ତି । ସରକାରଙ୍କ ଏହି ଘୋଷଣା ଲୋକଙ୍କ ପାଇଁ ଖୁସି ଆଣି ଦେଉଥିବା ବେଳେ ଘରସାଙ୍ଗକୁ ଚଟିଆଙ୍କ ପାଇଁ ତାହା କାଳ ସାଜିଛି ।ପ୍ରାୟ ଚାଳ ଘର ପକ୍କା ଘରରେ ପରିଣତ ହେବା ପରେ ଘର ଚଟିଆଙ୍କ ସଂଖ୍ୟା ମଧ୍ୟ କମି ଯାଇଛି । ଖାଲି ସେତିକି ନୁହେଁ ବହୁଳ ମୋବାଇଲ ବ୍ୟବହାର ଦ୍ବାରା ଟାୱାରରୁ ବାହାରୁଥିବା ମାଇକ୍ରୋ ୱେଭ ତରଙ୍ଗ ଯୋଗୁଁ କୁଆଡେ ଘର ଚଟିଆଙ୍କ ସଂଖ୍ୟା ବିଶେଷ ଭାବରେ କମି ଯାଉଥିବା ପରିବେଶବିତ ମାନେ କହିଛନ୍ତି । ଘରଚଟିଆଙ୍କୁ ସୁରକ୍ଷା ତଥା ତାଙ୍କ ବଂଶବୃଦ୍ଧି ପାଇଁ ବହୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଗେଇ ଆସୁଥିବା ବେଳେ ଏହି ପକ୍ଷୀଙ୍କ ପାଇଁ ସରକାର ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |