ରାଜନଗର, ୫ା୧ :ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ଗଣନା ଜାନୁଆରୀ ୫ରୁ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ।ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ଆଜିଠୁ ଭିତରକନିକା ବନ୍ଦ । ଆଜିଠୁ ଆସନ୍ତା ୧୩ ତାରିଖ ଯାଏଁ ୯ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା।୫ଟି ରେଞ୍ଜରେ ଗଣନା ଚାଲିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । କୁମ୍ଭୀର ଗଣନାରେ ବନବିଭାଗ ଟିମ୍ ଓ ବିଶେଷଜ୍ଞ ଦଳ ସାମିଲ ରହିବେ ।ମହାକାଳପଡ଼ା, ରାଜନଗର, ଗହିରମଥା, କନିଆ ସମେତ ସଂଲଗ୍ନ ନଦୀନାଳ ମାନଙ୍କରେ ମଧ୍ୟ ଗଣନା କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।ଏନେଇ ରାଜନଗର ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି, ୯ ତାରିଖରେ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଛି। ଏହାପରେ ୧୦, ୧୧ ଓ ୧୨ ତାରିଖରେ ଗଣନା କରାଯିବ । ସବୁ ଜାଗାରେ ଥିବା କୁମ୍ଭୀର ଗଣନା କରିବାକୁ ଯଥାସାଧ୍ୟ ଚେଷ୍ଟା କରାଯିବ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |