ଓଡ଼ିଶାରେ ଡ୍ରାଇଭର ସଂଘ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର,୬।୧: ଓଡ଼ିଶାରେ ସ୍ଥଗିତ ହେଲା ଡ୍ରାଇଭର ସଂଘ ଆନ୍ଦୋଳନ। ଏନେଇ ସୂଚନା ଦେଇଛନ୍ତି ଖୋଦ ପରିବହନ କମିଶନର ଅମିତାଭ ଠାକୁର। ଫଳରେ ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନକୁ ନେଇ ଦେଖାଦେଇଥିବା ସଙ୍କଟ ଦୂର ହେବ ବୋଲି ଆଶା ଉଜ୍ଜୀବୀତ ହୋଇଛି।ତେବେ ଏ ନେଇ ଡ୍ରାଇଭର ସଂଘ ସହିତ ସରକାର ଆଲୋଚନା କରିଛନ୍ତି । ଏହି ଆଲୋଚନା ପରେ ସରକାର ସେମାନଙ୍କର ଅନେକ ଦାବି ପୂରଣ କରିଥିବା କହିଛନ୍ତି କମିଶନର । ତେବେ ଏହି କାରଣରୁ ଏହି ଆନ୍ଦୋଳନ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଥିବା ସେ କହିଛନ୍ତି । ପରିବହନ ବିଭାଗକୁ ସହଯୋଗ କରି ସେମାନେ ଏହି ନିଷ୍ପତ୍ତି ନେଇଥିବାରୁ କମିଶନର ଏହାର ବେଶ ପ୍ରଶଂସା କରିଛନ୍ତି । ତେବେ ବର୍ତ୍ତମାନ ପାଇଁ କେବଳ ଓଡ଼ିଶାରେ ଏହି ଆନ୍ଦୋଳନ ସ୍ଥଗିତ ହୋଇଥିବା ନେଇ ସୂଚନା ମିଳିଛି । ସାରା ଦେଶରେ ଆନ୍ଦୋଳନକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଡ୍ରାଇଭର ସଂଘ ସହିତ ଆଲୋଚନା କରୁଥିବା ସୂଚନା ମିଳିଛି ।ଗତ ୩ ଦିନ ଧରି ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରି ଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ରାଜ୍ୟରେ ପରିସ୍ଥିତି ଅସମ୍ଭାଳ ହେବାକୁ ଲାଗିଥିଲା। ଏପରି ସ୍ଥିତିରେ ଆଜି ପରିବହନ କମିଶନର ଅମିତାଭ ଠାକୁର ଡ୍ରାଇଭର ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ବେଶ୍‌ ଫଳପ୍ରଦ ହେବା ସହ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ପରିବହନ କମିଶନର ସୂଚନା ଦେଇଛନ୍ତି।ଗଣମାଧ୍ୟମକୁ ସାକ୍ଷାତକାରରେ ସେ କହିଛନ୍ତି ଡ୍ରାଇଭର ମହାସଂଘ କର୍ମକର୍ତ୍ତାଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ବେଳେ ତାହା ଫଳପ୍ରଦ ହୋଇଛି। ୩ ବର୍ଷ ହେଲା ସେମାନେ କରି ଆସୁଥିବା ଦାବି ପୂରଣ କରାଯାଇଛି। ଫଳରେ ଆମ ଅନୁରୋଧ ରକ୍ଷା କରି ସେମାନେ ଆନ୍ଦୋଳନକୁ ପ୍ରତ୍ୟାହାର କରିଛନ୍ତି|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!