ନୂଆଦିଲ୍ଲୀ,୬।୧: ଇତିହାସ ରଚିଛି ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ।ଚନ୍ଦ୍ରଯାନ-୩ର ବଡ଼ ସଫଳତା ପରେ ସୌରପୃଷ୍ଠରେ ମଧ୍ୟ ଇତିହାସ ରଚିଛି ଇସ୍ରୋ । ଭାରତର ସୋଲାର ମିଶନ୍ ଏବେ ସଫଳତା ହାସଲ କରିଛି । ଧାର୍ଯ୍ୟ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ନୂଆ ଇତିହାସ ସୃଷ୍ଟି କରିଛି ଇସ୍ରୋର Aditya L1 । ଭାରତର ଆଦିତ୍ୟ ଉପଗ୍ରହ ଏଲ୍-୧ ପଏଣ୍ଟର ହେଲୋ କକ୍ଷପଥରେ ପ୍ରବେଶ କରିଛି। ଭାରତର ସୂର୍ଯ୍ୟ ମିଶନ ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଏକ୍ସ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି ।ଚନ୍ଦ୍ର ପରେ ଇସ୍ରୋ ସୂର୍ଯ୍ୟରେ ବିଜୟ ଧ୍ବଜା ଉଡ଼ାଇବାକୁ ଯାଉଛି। ଭାରତ ପ୍ରଥମ ଏବଂ ବିଶ୍ବର ଦ୍ବିତୀୟ ସୂର୍ଯ୍ୟ ଅଭିଯାନ ନିଜ ଲକ୍ଷ୍ୟପଥର ନିକଟତର ହେଉଛି। ଆଜି ଅର୍ଥାତ ଶନିବାର ଅପରାହ୍ଣ ୪ଟାରେ ଏହା ସୂର୍ଯ୍ୟଙ୍କ ଲାଗରେଞ୍ଜ ତଥା ହେଲୋ ଅର୍ବିଟ (ଏଲ୍-୧) ପଏଣ୍ଟରେ ପ୍ରବେଶ କରିବ। ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ ଏହି ସୂଚନା ଦେଇଛନ୍ତି।ଚାରିମାସ ତଳେ ଅର୍ଥାତ୍ ସେପ୍ଟେମ୍ବର ୨, ୨୦୨୩ରେ ଭାରତୀୟ ସମୟ ପୂର୍ବାହ୍ନ ୧୧.୫୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ‘ଆଦିତ୍ୟ- ଏଲ୍୧’ର ଉତକ୍ଷେପଣ ହୋଇଥିଲା। ‘ଆଦିତ୍ୟ- ଏଲ୍୧’ ଯେଉଁ ଲାଗ୍ରେଞ୍ଜ ପଏଣ୍ଟ (ଏଲ୍୧)ରେ ପହଞ୍ଚିବ, ପୃଥିବୀଠାରୁ ତାହାର ଦୂର ୧୫ ଲକ୍ଷ କିଲୋମିଟର। ଲାଗ୍ରେଞ୍ଜ ପଏଣ୍ଟ ହେଉଛି ଏକ କକ୍ଷ ଯେଉଁଠି ସୂର୍ଯ୍ୟ ଏବଂ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବରାବର ରହିଥାଏ । ଏଠାରେ ବିନା ବାଧାରେ ସୂର୍ଯ୍ୟର ଗତିବିଧିକୁ ଅନୁଧ୍ୟାନ କରିହେବ। ଏହାଛଡ଼ା ଲାଗ୍ରେଞ୍ଜ ପଏଣ୍ଟରେ ମହାକାଶଯାନର ଇନ୍ଧନ ଖର୍ଚ୍ଚ ମଧ୍ୟ କମ୍ ହୁଏ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |